ଦେଶ ବିଦେଶ ରାଜନୀତି

ଜିତନ ରାମ ମାଂଝି ବିଜେପିର ଗୁଇନ୍ଦା: ନୀତୀଶ

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି କହିଛନ୍ତି, ତାଙ୍କର ପୂର୍ବତନ‌ ମେଣ୍ଟ ସହଯୋଗୀ ଏଚଏଏମ୍‌ (ହିନ୍ଦୁସ୍ତାନ ଅୱମ ମୋର୍ଚ୍ଚା) ମୁଖ୍ୟ ଜିତନ ରାମ ମାଂଝି ବିଜେପି ପାଇଁ ଗୁଇନ୍ଦାଗିରି କରୁଥାଇପାରନ୍ତି। ମହାମେଣ୍ଟରୁ ଖବର ନେଇ ବିଜେପିରେ ଦେବାପାଇଁ ସେ ଗୁଇନ୍ଦାଗିରି କରୁଥିବା ଚର୍ଚ୍ଚା ହେଉଛି ବୋଲି ନୀତୀଶ କହିଛନ୍ତି । ଜିତନ ରାମ ମାଂଝିଙ୍କ ଦଳ ଏଚଏମଏମ୍‌ ମହାମେଣ୍ଟ ଛାଡ଼ିବାପରେ ଆଜି ନୀତୀଶ ତାଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦେଇଛନ୍ତି।

ନୀତୀଶ କହିଛନ୍ତି, ଏହି କାରଣ ପାଇଁ ସେ ମାଂଝିଙ୍କ ଦଳକୁ ଜେଡିୟୁରେ ମିଶାଇବାପାଇଁ ବାଧ୍ୟ କରିଥିଲେ। ଯଦି ଜେଡିୟୁ ସହ ନମିଶିବେ ତେବେ ମହାମେଣ୍ଟ ଛାଡ଼ିବାପାଇଁ ସେ ମାଂଝିଙ୍କୁ କହିଥିଲେ। ହାମ୍‌ ନେତା ମାଂଝି ଅମିତ ଶାହ ଏବଂ ଅନ୍ୟ ବିଜେପି ନେତାଙ୍କ ସହ ଯୋଗାଯୋଗରେ ଥିଲେ। ସେ ମଧ୍ୟ ଜୁନ୍‌ ୨୩ ତାରିଖ ବିରୋଧୀ ଦଳ ବୈଠକରେ ଯୋଗଦେବାକୁ ଅପେକ୍ଷା କରିଥିଲେ। ବୈଠକରେ ଯୋଗଦେଇ ସେ ଆମର ସମସ୍ତ ରଣନୀତି ବିଜେପିକୁ ଜଣାଇଥାନ୍ତେ ବୋଲି ନୀତୀଶ ଦାବି କରିଛନ୍ତି। ନୀତୀଶ କହିଛନ୍ତି, ଏହି କାରଣ ପାଇଁ ଆମେ ତାଙ୍କୁ ତାଙ୍କ ଦଳକୁ ମହାମେଣ୍ଟରେ ମିଶାଇବାପାଇଁ କହିଥିଲୁ। କିନ୍ତୁ ସେ ମେଣ୍ଟ ଛାଡ଼ିଲେ । ଆମେ ମଧ୍ୟ ତାଙ୍କ ପୁଅଙ୍କ ଇସ୍ତଫା ଗ୍ରହଣ କରିଛୁ। ନୀତୀଶ କହିଛନ୍ତି, ଜିତନ ରାମ ମାଂଝିଙ୍କୁ ମୁଁ ବିହାରର ମୁଖ୍ୟମନ୍ତ୍ରୀ କରିଥିଲି। ଏଭଳି ସମ୍ମାନଜନକ ପଦବି ପାଇ ବି ସେ ବିଜେପି ନେତାଙ୍କୁ ଭେଟୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର