ରାଜ୍ୟ

ମା’ର ଆଖି ଆଗରେ ପୁଅକୁ ଝାମ୍ପିନେଲା କୁମ୍ଭୀର, ମିଳିଲା ମୃତଦେହ

ପଟ୍ଟାମୁଣ୍ଡାଇ: ଆଜି ସକାଳେ ବ୍ରାହ୍ମଣୀ ନଦୀ କୂଳରୁ ଜଣେ ନାବାଳକକୁ କୁମ୍ଭୀର ଝାମ୍ପିନେଇଥିବାର ଖବର ମିଳିଛି। ପରେ ଉକ୍ତ ନାବାଳକର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ଯ୍ୟ।

ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଥାନା ନିମପୁର ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀକୁ ମାଙ୍କ ସହ ନାବାଳକ ଆଶୁତୋଷ ସ୍ନାନ କରିବାକୁ ଯାଇଥିଲା। ସେଠାରେ ଉଭୟ ମା ଓ ପୁଅ ଗାଧୋଇବା ବେଳେ ହଠାତ୍ କୁମ୍ଭୀରଟି  ଆଶୁତୋଷକୁ ଝାମ୍ପିନେଇଥିଲା। ଏହାପରେ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଆଶୁତୋଷର ମୃତଦେହ ଉଦ୍ଧାର ହୋଇଥିଲା। ପହିଲି ରଜରେ ଏଭଳି ଅଘଟଣ ଘଟିଥିବାରୁ ଗ୍ରାମରେ ଶୋକାକୁଳ ପରିବେଶ  ସୃଷ୍ଟି ହୋଇଛି।

ଉଦ୍ଧାର ଲାଗି ସ୍ଥାନୀୟ ଲୋକେ ବନ ବିଭାଗ ଓ  ଅଗ୍ନିଶମ  ବିଭାଗକୁ ଖବର ଦେଇଥିଲେ ବି କେହି ଠିକ୍ ସମୟରେ ପହଞ୍ଚି ନଥିଲେ। ଏହି କଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା। ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାରେ ଶବ ରଖି ଲୋକେ ରାସ୍ତା ଅବରୋଧ କରିଥିଲେ। ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚି ପ୍ରଶାସନିକ ଅଧିକାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।