କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

କାଲିଠୁୁ ଖୋଲିବ ଜଗା ଦୁଆର: ଦର୍ଶନ ଲାଗି ସମୟ ସୀମା ଜାରି କଲା ପୁରୀ ପ୍ରଶାସନ

ପୁରୀ୨୨/୧୨: ଆସନ୍ତା ୨୩ ତାରିଖରେ ଭଗବାନଙ୍କୁ ଭେଟିବେ ଭକ୍ତ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରସ୍ତୁତି ଶେଷ। ଓ୍ବାର୍ଡ ଓ୍ବାରୀ ତାଲିକା ପ୍ରସ୍ତୁତ କରାଯାଇଛି। ୨୬ ତାରିଖ ସକାଳ ସାଢ଼େ ୭ଟାରେ ପୁରୀବାସୀଙ୍କ ଦର୍ଶନ ଆରମ୍ଭ ହେବ। ପ୍ରଥମ ଦିନ ୨/୩/୬/୯/୧୧/୧୨/୧୫ ୱାର୍ଡବାସୀ ଦର୍ଶନ କରିବେ। ପ୍ରଥମ ପର୍ଯ୍ୟାୟ ଦର୍ଶନ ସାଢ଼େ ୭ଟାରୁ ସାଢ଼େ ୧୧ ପର୍ଯ୍ୟନ୍ତ, ଦ୍ଵିତୀୟ ପର୍ଯ୍ୟାୟ ୧୨ ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଏବଂ ତୃତୀୟ ପର୍ଯ୍ୟାୟ ଦର୍ଶନ ସାଢ଼େ ୪ଟାରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଚାଲିବ। ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ବେଛାସେବୀ ନିୟୋଜିତ ହେବେ।

ଦୀର୍ଘ ୯ ମାସ ପରେ ଦର୍ଶନ ଦେବେ କାଳିଆ ସାଆନ୍ତ । ଆସନ୍ତାକାଲିଠୁ ୩ ଦିନ ଧରି ସେବାୟତ ଓ ତାଙ୍କ ପରିବାରର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିବେ। ଅଣସେବାୟତଙ୍କୁ ଚିହ୍ନଟ କରିବା ପାଇଁ ଜେଟିପି ଓ ପୋଲିସ ମୁତୟନ ହେବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯାଇଥିବା ସ୍ଵାସ୍ଥ୍ୟ ଓ ଅନ୍ୟକୌଣସି ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ।

ପୁରୀ ପୌରପାଳିକା ଅନ୍ତର୍ଗତ ୱାର୍ଡ ୱାରୀ ତାଲିକା ପ୍ରସ୍ତୁତ ହୋଇଛି। ୱାର୍ଡ ୱାରୀ ତାଲିକା ପ୍ରସ୍ତୁତ। ୨୬ ତାରିଖ ସକାଳ ପ୍ରଥମ ଦଫାରେ ୭.୩୦ଟାରୁ ୧୧.୩୦ ପର୍ଯ୍ୟନ୍ତ ୱାର୍ଡ ନଂ ୬ ଏବଂ ୯ ଲୋକମାନେ ଦର୍ଶନ କରିବେ। ସେହିପରି ୧୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଓ୍ବାଡ ନଂ ୧୨ ଏବଂ ୧୫, ୪ଟା ୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ଓ୍ବାର୍ଡ ନଂ ୨,୩ ଏବଂ ୧୧ ଲୋକମାନେ ଦର୍ଶନ କରିବେ। ୨୭ ତାରିଖ ସକାଳ ୭ ଟା ୩୦ ରୁ ୧୧ ଟା ୩୦ ଯାଏଁ ୱାର୍ଡ ନମ୍ବର ୧୩, ୧୨ ଟାରୁ ୪ଟା ପର୍ଯ୍ୟନ୍ତ ଓ୍ବାର୍ଡ ନଂ ୧୬ ଓ ୧୮, ୪ଟା ୩୦ରୁ ରାତ୍ର ପହୁଡ ଯାଏଁ ୪, ୧୭ ଏବଂ ୨୦ ନମ୍ବର ୱାର୍ଡ ଲୋକମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ସେହିପରି ୨୮ ତାରିଖ ସକାଳ ୭.୩୦ଟାରୁ ୧୧.୩୦ ପର୍ଯ୍ୟନ୍ତ ୱାର୍ଡ ନଂ ୧୦ ଓ ୧୯, ୧୨ଟାରୁ ୪ଟା ୩୦ ଓ୍ବାଡ ନଂ ୮ ଏବଂ ୨୧, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୫ନଂ ୱାର୍ଡ ଲୋକମାନେ ଦର୍ଶନ କରିବେ। ୨୯ ତାରିଖ ସକାଳ ୭.୩୦ରୁ ୧୧.୩୦ ୱାର୍ଡ ନମ୍ବର ୧୪ ଓ ୩୨, ୧୨ଟାରୁ ୪ଟା ୨୨ ଏବଂ ୨୬ ନଂ ଓ୍ବାର୍ଡ, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୧ ନମ୍ବର ୱାର୍ଡ, ୩୦ତାରିଖରେ ୭.୩୦ରୁ ୧୧.୩୦ ୱାର୍ଡ ନମ୍ବର ୨୩ ଓ ୨୪, ୧୨ଟାରୁ ୪ଟା ୩୦ ୱାର୍ଡ ନମ୍ବର ୨୫ ଏବଂ ୩୦, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୭ ଓ ୨୭ ନମ୍ବର ୱାର୍ଡ ଲୋକମାନେ ଦର୍ଶନ କରିବେ। ୩୧ ତାରିଖରେ ୭.୩୦ରୁ ୧୧.୩୦ ୱାର୍ଡ ନମ୍ବର ୨୮ ଏବଂ ୧୨ଟାରୁ ୪ଟା ୩୦ ୱାର୍ଡ ନମ୍ବର ୨୯ ଓ ୩୧ ଦର୍ଶନ କରିବେ। ଦର୍ଶନରେ ସହାୟତା ପାଇଁ ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ବେଛାସେବୀ ନିୟୋଜିତ ହେବେ।

ବୟସ୍କ ଓ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କୁ ନଆସିବାକୁ ଜିଲ୍ଲାପାଳ ପରାମର୍ଶ ଦେଉଛନ୍ତି। ପୌରପାଳିକା ପକ୍ଷରୁ ଯୋଗାଯାଇଥିବା ଚିରୁକୁଟି ଧରି ନିର୍ଦ୍ଧାରିତ ସମୟ ଓ ତାରିଖରେ ୱାର୍ଡବାସୀ ଆସିବେ। ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,