ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପାକିସ୍ତାନରେ ହିନ୍ଦୁ ଝିଅ ଅପହରଣ;  ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇ ବିବାହ କରାଇଲେ ଟ୍ୟୁସନ୍‌ ଶିକ୍ଷକ

ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଜଣେ ହିନ୍ଦୁ ଝିଅକୁ ଅପହରଣ କରି ନିଆଯାଇ ଜବରଦସ୍ତି ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରାଇ ବିବାହ ଦିଆଯାଇଥିବା କଥା ତାଙ୍କର ବାପା ଅଭିଯୋଗ କରିଥିବା କଥା ‘ଇଣ୍ଡିଆ ଟୁ‌ଡେ’ ରିପୋର୍ଟ କରିଛି।

ସୁହାନା ନାମକ ସେ ଝିଅକୁ ତା’ର ଟ୍ୟୁସନ୍‌ ଶିକ୍ଷକ ଅଖ୍‌ତାର୍‌ ଅପହରଣ କରିନେଇ ସିନ୍ଧ୍‌ ପ୍ରଦେଶର ବେନାଜିର୍‌ବାଦ୍‌ ଜିଲ୍ଲା ଅନ୍ତର୍ଗତ କାଜି ଅହମଦ୍‌ ତାଲୁକ୍‌କୁ ପଠାଇ ଦେଇଥିଲେ।

ଘଟଣା ସଂକ୍ରାନ୍ତରେ ସୂଚନା ଦେଇ ୧୪ ବର୍ଷୀୟ ସୁହାନାର ବାପା ଦିଲୀପ କୁମାର କହିଛନ୍ତି, ଅଖ୍‌ତାର୍‌ ଗାବୋଲ୍‌, ଫୈଜାନ୍‌ ଜାଟ୍‌ ଏବଂ ସାରଙ୍ଗ୍‌ ଖାସ୍‌ଖେଲି ନାମରେ ୩ଜଣ ସଶସ୍ତ୍ର ବ୍ୟକ୍ତି ଆମ ଘରେ ପଶି ସୁନା ଗହଣା ଲୁଟ୍‌ କରିବା ସହିତ ବନ୍ଧୁକ ଦେଖାଇ ସୁହାନାକୁ ଅପରହଣ କରିନେଲେ।

Image Courtesy of News 18

ଦିଲୀପ କୁମାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଝିଅକୁ ଆଉ ଫେରି ପାଇବେ ବୋଲି ଆଶା ରଖି ନାହାନ୍ତି। କାରଣ, ପୁଲିସ କହୁଛି କି, ସୁହାନା ସ୍ବଇଚ୍ଛାରେ ଧର୍ମ ପରିବର୍ତ୍ତନ କରି ବିବାହ କରିଛି।

ପାକିସ୍ତାନରେ ହିନ୍ଦୁ ଝିଅ ଓ ମହିଳାମାନଙ୍କୁ ବଳପୂର୍ବକ ଧର୍ମ ପରିବର୍ତ୍ତନ କରିବା ମାମଲା ନିରବଚ୍ଛିନ୍ନ ଭାବେ ଚାଲିଛି। ସୂଚନାଯୋଗ୍ୟ, ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ହିଁ ଅଧିକାଂଶ ହିନ୍ଦୁ ବସବାସ କରୁଛନ୍ତି।

ପାକିସ୍ତାନ ମାନବ ଅଧିକାର କମିସନ୍‌ ସୂଚନା ଅନୁସାରେ, ଦେଶର ସମୁଦାୟ ଜନସଂଖ୍ୟା ୨୦୭ ନିୟୁତରୁ ୯୬% ହେଉଛନ୍ତି ମୁସଲ୍‌ମାନ୍‌, ୨.୧% ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ପ୍ରାୟ ୧.୬%।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ