ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଡାକ୍ତରଖାନା ‘ଟିଭି’ରେ ଲାଇଭ୍‌ ପ୍ରସାରଣ ଦେଖି ବାପାମାଆଙ୍କୁ ପାଇଲା ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଆହତ ନେପାଳୀ ନାବାଳକ

କଟକ: ଡାକ୍ତରଖାନାରୁ ପ୍ରସାରିତ ଏକ ନେପାଳୀ ଦମ୍ପତିଙ୍କ ‘ଲାଇଭ୍‌’ ଟେଲିଭିଜନ୍ ସାକ୍ଷାତ୍‌କାର ଯୋଗୁଁ ସେମାନେ ଜୁନ୍‌ ୨ ତାରିଖ ଦିନ ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ୧୫ ବର୍ଷିୟ ପୁଅର ସନ୍ଧାନ ମଙ୍ଗଳବାର ଦିନ ପାଇଛନ୍ତି।

କଟକ ବଡ଼ ଡାକ୍ତରଖାନାରେ ‘ଆଇସିୟୁ’ରେ ରହି ଚିକିତ୍ସା ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଥିବା ଉକ୍ତ ୧୫ ବର୍ଷିୟ ବାଳକ ରାମାନନ୍ଦ ପାସୱାନ୍‌ ଡାକ୍ତରଖାନା ପ୍ରକୋଷ୍ଠରେ ଥିବା ଟେଲିଭିଜନ୍‌ ସେଟ୍‌ରେ ତା’ର ବାପାମାଆଙ୍କୁ ଦେଖି ଡାକ୍ତରଖାନା କର୍ମଚାରୀଙ୍କୁ ସୂଚନା ଦେଇଥିଲା।

ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସେ ବାଳକ ଓ ତା’ର ପିତାମାତାଙ୍କର ପୁନର୍ମିଳନ କରାଇଥିଲେ। ୨୮୮ଜଣ ଯାତ୍ରୀ ପ୍ରାଣ ହରାଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଖବର ପାଇ ସେମାନେ ପୁଅକୁ ଖୋଜିବା ପାଇଁ ନେପାଳରୁ ଆସିଥିଲେ ବୋଲି ଜଣେ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି।

Image Courtesy of India TV News

ବାଳକର ବାପା ହରି ପାସୱାନ୍‌ କହିଛନ୍ତି, ପୁଅକୁ ପାଇ ଆନନ୍ଦିତ। ଆମର ଆଉ ୩ଜଣ ଆତ୍ମୀୟଙ୍କ ସହିତ ସେ ଏହି ଟ୍ରେନ୍‌ରେ ଯାଉଥିଲା। ଦୁର୍ଘଟଣାରେ ବାକି ସମସ୍ତଙ୍କ ମୃତ୍ୟୁ ଘଟିଛି। ଯାହାହେଉ, ସେ କୌଣସି ପ୍ରକାର ବଞ୍ଚିଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ପହଞ୍ଚିବା ପରେ ହରି ପାସୱାନ ଓ ତାଙ୍କ ସ୍ତ୍ରୀ ପୁଅକୁ ଖୋଜିବା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲୁଥିଲେ। ଭୁବନେଶ୍ବର ‘ଏମ୍‌ସ୍’ରେ ସେମାନେ ଜଣେ ଆଞ୍ଚଳିକ ‘ଟିଭି ନିଉଜ୍‌’ ଚାନେଲ୍‌ର ସାମ୍ବାଦିକଙ୍କୁ ଭେଟିଲେ ନିଜ ଦୁର୍ଦ୍ଦଶା କଥା କହିଥିଲେ।

ରାମାନନ୍ଦଠାରୁ ସୂଚନା ପାଇବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ସୁନିଶ୍ଚିତ ହେବାକୁ ଉକ୍ତ ଟିଭି ଚାନେଲ୍‌ ଅଫିସ୍‌କୁ ଫୋନ୍‌ କରି ସେ ଭିଡିଓ ମଗାଇ ପୁଣି ଥରେ ରାମାନନ୍ଦଙ୍କୁ ଦେଖାଇ ଥିଲେ। ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ରାମାନନ୍ଦଙ୍କୁ ତାଙ୍କ ବାପାମାଆଙ୍କ ସହିତ ପୁନର୍ମିଳନ କରାଇଥିଲେ ବୋଲି ‘ଏସ୍‌ସିବି ମେଡିକାଲ୍‌ କଲେଜ୍‌ର ଏମର୍ଜେନ୍‌ସି ଅଫିସର୍‌ ଡାକ୍ତର ବି. ଏନ୍‌. ମହାରାଣା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ