ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଦେଶୀ ଡିଗ୍ରିଧାରୀ ଭାରତୀୟଙ୍କ ବାର୍ କାଉନ୍‌ସିଲର ଯୋଗ୍ୟତା ପରୀକ୍ଷା: ଫଳ ପ୍ରକାଶ ନିମନ୍ତେ ସୁପ୍ରିମ୍‌କୋର୍ଟରେ ଆବେଦନ

ନୂଆଦିଲ୍ଲୀ : ଯେଉଁ ଭାରତୀୟମାନେ ବିଦେଶରେ ଆଇନ ଡିଗ୍ରି ହାସଲ କରିଛନ୍ତି, ଭାରତରେ ସେମାନଙ୍କ ଗ୍ରହଣୀୟତା ପାଇଁ ସେମାନେ ଅଷ୍ଟାଦଶ ବାର୍ କାଉନ୍‌ସିଲ ଅଫ୍ ଇଣ୍ଡିଆ ଯୋଗ୍ୟତା ପରୀକ୍ଷା ଦେଇଛନ୍ତି। ୨୦୨୨ ଡିସେମ୍ବର ୧୯ରୁ ୨୪ ମଧ୍ୟରେ ସେମାନେ ପରୀକ୍ଷା ଦେଇଥିବା ବେଳେ ଏ ଯାଏ ଫଳ ପ୍ରକାଶ ପାଇନାହିଁ। ଏଣୁ ତୁରନ୍ତ ଫଳ ପ୍ରକାଶ ନିମନ୍ତେ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ଦାୟର କରାଯାଇଛି। ସୁପ୍ରିମ୍‌କୋର୍ଟ ଅବକାଶ ବେଞ୍ଚର ଜଷ୍ଟିସ୍ ଅନିରୁଦ୍ଧ ବୋଷ ଓ ଜଷ୍ଟିସ୍ ରାକେଶ ବିନ୍ଦଲ ଶୁକ୍ରବାର ଏହି ଆବେଦନର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ଆବେଦନରେ ପିଟିସନରଙ୍କ ଓକିଲ ଯଜୁର ଭାଲ୍ଲା ଦର୍ଶାଇଛନ୍ତି ଯେ ପ୍ରାର୍ଥୀମାନେ ଅକ୍ଟୋବରରେ ହେବାକୁ ଥିବା ଅଲ ଇଣ୍ଡିଆ ବାର୍ ପରୀକ୍ଷାରେ ଭାଗ ନେଇ ପାରିବେ ନାହିଁ। ଅନ୍ୟତମ ଆବେଦନକାରୀ ଅଞ୍ଚିତା ନାୟାର, ଯେକି ନିଜେ ଅଷ୍ଟାଦଶ ଯୋଗ୍ୟତା ପରୀକ୍ଷା‌ ଦେଇଥିଲେ, ସେ କହିଛନ୍ତି ଯେ ପାଞ୍ଚମାସ ହେଲା ପରୀକ୍ଷା ସରିଥିଲେ ମଧ୍ୟ ୭୫ ଜଣ ପ୍ରାର୍ଥୀଙ୍କ ଫଳ ଘୋଷଣା କରାଯାଉ ନାହିଁ। ଫଳରେ ସେ ଜଣେ ଆଇନଜୀବୀ ଭାବେ ଜୀବିକା ନିର୍ବାହ କରିବାରୁ ବଞ୍ଚିତ ହେଉଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ