ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚକାଙ୍କ, ୧୫ତମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ : ରାଜ୍ୟ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଦ୍ବାରା ୨୦୨୨-୨୩ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ସୂଚକାଙ୍କର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଛି। ଏଥି ପାଇଁ ରାଜ୍ୟମାନଙ୍କୁ ତିନିଟି ବର୍ଗରେ ଭାଗ କରାଯାଇଥିଳା। ୧୫ଟି ବୃହତ୍‌ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ୧୫ତମ ସ୍ଥାନରେ ରହିଛି।
ଖାଦ୍ୟ ସୁରକ୍ଷା ସମ୍ପର୍କିତ ୫ଟି ମାନଦଣ୍ଡରୁ ଓଡ଼ିଶାକୁ ୧୦୦ରୁ ମାତ୍ର ୨୯ ମାର୍କ ମିଳିଛି। ବୃହତ୍‌ ରାଜ୍ୟମାନଙ୍କ ମଧ୍ୟରେ କେରଳ ପ୍ରଥମ, ପଞ୍ଜାବ ଦ୍ବିତୀୟ ଓ ତାମିଲନାଡ଼ୁ ତୃତୀୟ ସ୍ଥାନରେ ରହିଛି। କେରଳକୁ ସର୍ବାଧିକ ୬୩ ମାର୍କ ମିଳିଛି। ସେହିଭଳି କ୍ଷୁଦ୍ର ରାଜ୍ୟମାନଙ୍କ ମଧ୍ୟରେ ଗୋଆ ପ୍ରଥମ, ମଣିପୁର ଦ୍ବିତୀୟ ଓ ସିକିମ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ର ଶାସିତ ଅଂଚଳ‌ ତାଲିକାରେ ଜମ୍ମୁ-କାଶ୍ମୀର ପ୍ରଥମ, ଦିଲ୍ଲୀ ଦ୍ବିତୀୟ ଓ ଚଣ୍ଡିଗଡ ତୃତୀୟ ସ୍ଥାନରେ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ