ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଣିପୁରରେ ଗୁଳି ବିନିମୟ, ଯବାନ ସହିଦ

ଇମ୍ଫାଲ: ମଣିପୁରରେ ହିଂସା ଥମୁନି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତ ସପ୍ତାହରେ ମଣିପୁର ଗସ୍ତ କରି ଉଭୟ କୁକି ଏବଂ ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ଶାନ୍ତି ରକ୍ଷା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟରେ ପୁଣିଥରେ ସାନି ହିଂସା ଉପୁଜିଛି। ଗତକାଲି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୪ ଜଣ ଆହତ ହୋଇଥିଲେ। ମଣିପୁରର କାକ୍‌ଚିଙ୍ଗ ଜିଲ୍ଲାରେ ଆଜି ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ବିଏସଏଫ୍‌ ଯବାନ ସହିଦ ହୋଇଛନ୍ତି ଏବଂ ୨ ଜଣ ଆସାମ ରାଇଫଲ୍ସ ଯବାନ ଆହତ ହୋଇଛନ୍ତି।

ସୋମବାର ରାତିରେ ମଣିପୁରର ସୁଗନୁ ସେରୋଉ ଅଞ୍ଚଳରେ ବିଏସଏଫ୍‌, ଆସାମ ରାଇଫଲ୍ସ ଏବଂ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଆଜି ବଡ଼ି ଭୋର ସମୟରେ ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା। ଉଗ୍ରପନ୍ଥୀଙ୍କ ଗୁଳିମାଡ଼ରେ ଜଣେ ବିସଏସଏଫ୍‌ ଯବାନ ସହିଦ ହୋଇଯାଇଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ସୁଗନୁ ଏବଂ ସେରୋଉ ଅଞ୍ଚଳରେ ହିଂସା ଉପୁଜିଛି। ଫଳରେ ଅତିରିକ୍ତ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷେ ହିଂସା ଜାରି ରହିଥିବାରୁ ରାଜ୍ୟ‌ରେ ଆସନ୍ତା ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ମେ’ ୩ ତାରିଖରୁ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ହିଂସା ଥମୁନଥିବାରୁ ଇଣ୍ଟରନେଟ୍‌ ନିଷିଦ୍ଧ ଅବଧି ସମୟ ବଢ଼ିଚାଲିଛି। ରାଜ୍ୟରେ ହିଂସା ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ମୋଟ୍‌ ୩୭,୪୫୦ ଲୋକ ଏବେ ୨୭୨ ରିଲିଫ୍‌ ଶିବିରରେ ରହିଛନ୍ତି।

ସୁପ୍ରିମକୋର୍ଟରେ ପିଆଇଏଲ୍‌

ନୂଆଦିଲ୍ଲୀ: ମଣିପୁରରେ ମେ’ ୩ ତାରିଖରେ ହିଂସା ହେବା ପରଠାରୁ ରାଜ୍ୟରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ସୋମବାର ସନ୍ଧ୍ୟାରେ ରାଜ୍ୟ ସରକାର ପୁଣିଥ‌ରେ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି। ତେ‌‌ବେ ଦୀର୍ଘଦିନ ଧରି ରାଜ୍ୟରେ ଇଣ୍ଟରନେଟ୍‌ ବନ୍ଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଛି। ମଣିପୁର ହାଇକୋର୍ଟର ଜଣେ ଆଇନଜୀବୀ ଚୋଙ୍ଗଥମ ଭିକ୍ଟର ସିଂହ ଏବଂ ବ୍ୟବସାୟୀ ମାୟେଙ୍ଗବାମ ଜେମ୍ସ ସୁପ୍ରିମକୋର୍ଟରେ ଏହି ପିଆଇଏଲ୍‌ ଦାଖଲ କରିଛନ୍ତି। ଉଭୟ ଆବେଦନକାରୀ ମଣିପୁର ବାସିନ୍ଦା। ଆବେଦନକାରୀ ସେମାନଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ମଣିପୁରରେ ଦୀର୍ଘ ଦିନ ଧରି ‌ଇଣ୍ଟରନେଟ୍‌ ସେବା ବନ୍ଦ ଥିବାରୁ ଏହା ଉଭୟ ଆବେଦନକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ଅର୍ଥନୈତିକ, ସାମାଜିକ ଏବଂ ମାନସିକ ପ୍ରଭାବ ପକାଉଛି। ସେମାନେ ନିଜ ପିଲାମାନଙ୍କୁ ସ୍କୁଲ୍‌ ପଠାଇପାରୁନାହାନ୍ତି ଏବଂ ଅନଲାଇନ ପେମେଣ୍ଟ୍‌ କରିପାରୁନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ