ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଲିସ ଏତଲା ରୁଜୁ କଲାନି: ଆତ୍ମହତ୍ୟା କରିଦେଲେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଲୌନରେ ଜଣେ ବାପା ନିଜ ନାବାଳିକା ଝିଅକୁ ନ୍ୟାୟ ଦେଇ ନପାରିବାରୁ ଆତ୍ମହତ୍ୟା କରିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ୧୫ ବର୍ଷର ଝିଅ ୨ ମାସ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ଥାନାରେ ଏତଲା ରୁଜୁ ପାଇଁ ଯାଇଥିଲେ। କିନ୍ତୁ ପୁଲିସ ଏତଲା ରୁଜୁ ନକରି ତାଙ୍କୁ ପାଲଟା ଧମକ ଦେଇଥିଲା। ବାରମ୍ବାର ଅନୁରୋଧ ସତ୍ତ୍ବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ପୀଡ଼ିତା ନାବାଳିକାଙ୍କ ବାପା ଆତ୍ମହତ୍ୟା କରିଦେଇଛନ୍ତି।

ପୀଡ଼ିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ପୁଲିସ ସଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ପୀଡ଼ିତାଙ୍କ ବାପା ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଲେ। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୮ ତାରିଖରେ ନାବାଳିକାଙ୍କୁ ତାଙ୍କ ଗ୍ରାମର ୨ ଜଣ ବ୍ୟକ୍ତି ଏକ ଜନ୍ମଦିନ ପାର୍ଟିକୁ ନେବାକୁ କହି ଗଣଦୁଷ୍କର୍ମ କରିଥିଲେ। କୌଶଳ କ୍ରମେ ନାବାଳିକା ଜଣଙ୍କ ଖସି ଆସିଥିଲେ ଏବଂ ପରିବାର ସଦସ୍ୟଙ୍କ ଆଗରେ ସବୁ ସତ କଥା କହିଥିଲେ। ନାବାଳିକାଙ୍କ ବାପା ମା’ ପଞ୍ଜାବରେ କାମ କରନ୍ତି। ସେମାନେ ମେ’ ୩୧ ତାରିଖରେ ଘରକୁ ଫେରି ପୁଲିସରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଏତଲା ରୁଜୁ କରିନଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ