ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋର୍ଟରେ ପ୍ରମାଣ ରଖିଲେ ପ୍ରିନ୍ସ ହ୍ୟାରି, ଗଣମାଧ୍ୟମ ସଂସ୍ଥା ଉପରେ ବର୍ଷିଲେ

ଲଣ୍ଡନ: ବ୍ରିଟେନ ରାଜା ଚାଲର୍ସ ତୃତୀୟଙ୍କ ସାନ ପୁଅ ତଥା ସସେକ୍ସର ଡ୍ୟୁକ ଲଣ୍ଡନ ହାଇକୋର୍ଟରେ ମଙ୍ଗଳବାର ସାକ୍ଷ୍ୟ ପ୍ରମାଣ ଦେଇଛନ୍ତି। ବ୍ରିଟିସ ରାଜ ପରିବାରରେ ଏଭଳି ସାକ୍ଷ୍ୟପ୍ରମାଣ ଦେବାରେ ଗତ ୧୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି। ପୂର୍ବରୁ ୧୮୯୧ ମସିହାରେ ବ୍ରିଟେନ ରାଜ ପରିବାରର ଏଡୱାର୍ଡ ସପ୍ତମ ଏକ ମାମଲାରେ ଅଦାଲତରେ ଠିଆ ହୋଇ ସାକ୍ଷ୍ୟ ପ୍ରମାଣ ଦେଇଥିଲେ।

ଅଦାଲତରେ ସାକ୍ଷ୍ୟ ପ୍ରମାଣ ରଖିବା ସମୟରେ ସେ ଆଜି ବ୍ରିଟେନର ଏକାଧିକ ଗଣମାଧ୍ୟମ ସଂସ୍ଥା ଉପରେ ବର୍ଷିଥିଲେ। ଗଣମାଧ୍ୟମ ତାଙ୍କ ଜୀବନରେ ଅନୁପ୍ରବେଶ ଜାରି ରଖିଛି। ଏପରିକି କିଛି ଗଣମାଧ୍ୟମ ତାଙ୍କ ମା’ ଡାଏନାଙ୍କ ମୃତ୍ୟୁ ପାଇଁ ମଧ୍ୟ ଦାୟୀ ବୋଲି ସେ କହିଛନ୍ତି।

ତାଙ୍କ ବିରୋଧରେ ନାନା ପ୍ରକାର ଅପପ୍ରଚାର କରାଯାଉଛି ବୋଲି ୩୮ ବର୍ଷୀୟ ପ୍ରିନ୍ସ ହ୍ୟାରି ଅଦାଲତରେ କହିଥିଲେ। ପ୍ରିନ୍ସ ହ୍ୟାରି ଡେଲି ମିରର, ସଣ୍ଡେ ମିରର ଏବଂ ସଣ୍ଡେ ପିପୁଲ ଟାବଲଏଡର ପ୍ରକାଶକ ମିରର ଗ୍ରୁପ୍ ନ୍ୟୁଜପେପର୍ସ (ଏମଜିଏନ) ଲିମିଟେଡ ବିରୋଧରେ ଅଭିଯୋଗ ଆଣିଛନ୍ତି। ଫୋନ ହ୍ୟାକିଂ ସହିତ ଅନ୍ୟାନ୍ୟ ବେଆଇନ ଉପାୟରେ ତାଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଏହାର ସାମ୍ବାଦିକ ସୂଚନା ସଂଗ୍ରହ କରିଥିବା ଅଭିଯୋଗ ସେ ଆଣିଛନ୍ତି। ତାଙ୍କ ବିରୋଧରେ ଘୃଣାର ପ୍ରସାର କରିବା ସହିତ ତାଙ୍କୁ ଠକ, କମ୍ ବୟସର ଦାୟିତ୍ବହୀନ ନିଶା ସେବନକାରୀ ଏବଂ ଠକ ଆଦି ଶବ୍ଦ ତାଙ୍କ ବିରୋଧରେ ପ୍ରୟୋଗ କରାଯାଇଛି ବୋଲି ହ୍ୟାରି ଅଭିଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ