ନୂଆଦିଲ୍ଲୀ : ୬ ଦିନିଆ ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନ୍ୟୁୟର୍କ ଗସ୍ତ ସମୟରେ ତାଙ୍କୁ ଦର୍ଶକଙ୍କ ଗହଣରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବା ପୂର୍ବରୁ କିଛି ଖଲିସ୍ତାନୀ ବିଚ୍ଛିନତାବାଦୀ ରାହୁଲଙ୍କ ପାଇଁ ‘ ଗୋ ବ୍ୟାକ୍’ ସ୍ଲୋଗାନ ଦେଇଥିଲେ
ଅନ୍ୟପକ୍ଷେ ଶିଶୁ ଏବଂ ଅନ୍ୟ ଉପସ୍ଥିତ ଦର୍ଶକମାନେ ହାତରେ ତ୍ରିରଙ୍ଗା ଧରି ରାହୁଲଙ୍କୁ ସ୍ବାଗତ କରିଥିଲେ। ଏହାର ଏକ ଭିଡିଓ ମଧ୍ୟ ଜାରି ହୋଇଛି। ଗଣମାଧ୍ୟମରେ ବିବୃତି ରଖି କଂଗ୍ରେସ ନେତାଙ୍କ ପୋଷ୍ଟର ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ରାହୁଲଙ୍କ ୧୪୫ ଦିନର ଯାତ୍ରାକୁ ପ୍ରଶଂସା କରିଛନ୍ତି। ରାହୁଲଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଦେଶପାଇଁ ରାହୁଲଙ୍କର ସକାରାତ୍ମକ ଅବଦାନ ରହିଛି ବୋଲି ସେ କହିଛନ୍ତି।