ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗାନ୍ଧୀ, ନେହରୁ ଏନ୍‌ଆର୍‌ଆଇ ଥିଲେ: ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ, ଆଧୁନିକ ଭାରତର ରୂପକାରମାନେ ସମସ୍ତେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଥିଲେ ଏବଂ ବହିର୍ଜଗତ ପ୍ରତି ସେମାନେ ନିଜ ମନକୁ ଖୋଲା ରଖିଥିଲେ। ନ୍ୟୁୟର୍କରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଇ ରାହୁଲ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ, ଭୀମରାଓ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହରୁ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମେତ ଭାରତର ସ୍ବାଧୀନତା ସଂଗ୍ରାମ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିତ୍ବମାନେ ଏନ୍‌ଆର୍‌ଆଇ ଥିଲେ।

ରାହୁଲ କହିଥିଲେ ଯେ, ଆଧୁନିକ ଭାରତର ପ୍ରମୁଖ ରୂପକାର ମହାତ୍ମା ଗାନ୍ଧୀ ଜଣେ ପ୍ରବାସୀ ଭାରତୀୟ ଥିଲେ। ସେ ଦକ୍ଷିଣ ଆଫ୍ରିକାରେ ହିଁ ଭାରତ ସ୍ବାଧୀନତାର ମୂଳଦୁଆ ପକାଇଥିଲେ। ନେହରୁ, ଆମ୍ବେଡ଼କର, ସର୍ଦ୍ଦାର ପଟେଲ ଓ ନେତାଜୀ ବି ଏନ୍‌ଆର୍‌ଆଇ ଥିଲେ। ବହିର୍ଜଗତ ପ୍ରତି ସେମାନଙ୍କ ମନ ଖୋଲା ଥିଲା।

ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ଆକ୍ରମଣ କରି ରାହୁଲ କହିଥିଲେ, ଭାରତରେ ବର୍ତ୍ତମାନ ଦୁଇଟି ଆଦର୍ଶ ଭିତରେ ସଂଘର୍ଷ ଚାଲିଛି। କଂଗ୍ରେସ ଗୋଟିଏ ଆଦର୍ଶର ଅନୁସରଣ କରୁଥିବା ବେଳେ ବିଜେପି ଆଉ ଗୋଟିଏ ଆଦର୍ଶର ଅନୁସରଣ କରୁଛି। ବିଜେପିର ଆଦର୍ଶ ହେଉଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଆଦର୍ଶ। କଂଗ୍ରେସ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶର ଅନୁସରଣ କରୁଛି। ଅପରପକ୍ଷେ ବିଜେପି ଓ ଆର୍‌ଏସ୍‌ଏସ୍‌ ଯେଉଁ ଆଦର୍ଶର ପ୍ରଚାର କରୁଛନ୍ତି, ତାହା ହେଉଛି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡ଼ସେଙ୍କ ଆଦର୍ଶ। କଂଗ୍ରେସ ସତ୍ୟ, ଅହିଂସା ଓ ଶାନ୍ତିର ପଥ ଧରିଥିବା ବେଳେ ବିଜେପି ଓ ଆର୍‌ଏସ୍‌ଏସ୍ ହିଂସାର ପଥ ଅନୁସରଣ କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ