ଅପରାଧ ରାଜ୍ୟ

ଅଭୟାରଣ୍ୟରେ ମହାବଳ ବାଘ ଶିକାର: ୬ ଶିକାରୀଙ୍କୁ ଅଟକ ରଖିଛି ଛତିଶଗଡ଼ ବନ ବିଭାଗ

ନୂଆପଡ଼ା: ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ସୁନାବେଡ଼ା ଓ ଉଦନ୍ତୀ ଅଭୟାରଣ୍ୟରେ ମହାବଳ ବାଘ ଶିକାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛତିଶଗଡ଼ ବନ ବିଭାଗ ନୂଆପଡ଼ା ଜିଲ୍ଲାର ୬ ଜଣ ଶିକାରୀଙ୍କୁ ଉଠାଇ ନେଇଛି। ଏ ସମ୍ପର୍କରେ ନୂଆପଡ଼ା ବନ ବିଭାଗ ପାଖରେ କୌଣସ ଖବର ନଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ମତେ, ଉଦନ୍ତୀ ଅଭୟାରଣ୍ୟରେ ଛତିଶଗଡ଼ ବନ ବିଭାଗ ଟ୍ରାକ୍ କ୍ୟାମେରା ଲଗାଇଥିଲା। କ୍ୟାମେରାରେ ମହାବଳ ବାଘ ଚଳପ୍ରଚଳ କରୁଥିବା ଚିତ୍ର କଏଦ ହୋଇଥିଲା। ହେଲେ, କିଛିଦିନ ହେବ କ୍ୟାମେରାରେ ବାଘର ଚିତ୍ର ନଆସିବାରୁ ବନ ବିଭାଗ ଚିନ୍ତା ପ୍ରକଟ କରିଥିଲା। ବାଘର ସ୍ଥିତି ସଂପର୍କରେ ତଦନ୍ତ ଆରମ୍ଭ କରାଯାଇଥିଲା।

ଶନିବାରଠାରୁ ଉଦନ୍ତୀ ଅଭୟାରଣ୍ୟରେ ଡିଏଫ୍‌ଓ ଅନୁଜ ଜୈନଙ୍କ ନେତୃତ୍ବରେ ଏସିଏଫ୍‌, ରେଞ୍ଜର, ଫରେଷ୍ଟର ମିଶି ୨୦ ଜଣିଆ ଟିମ୍‌ ତଦନ୍ତ ଆରମ୍ଭ କରିଥିଲେ। ତେବେ ବାଘକୁ ମାରି ଦିଆଯାଇଥିବା ସନ୍ଦେହ କରି ରବିବାର ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେଞ୍ଜ ବୋଡ଼େନ ଥାନା ଖଡୁପାଣି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଉକ୍ତ ଟିମ୍‌ ଚଢ଼ଉ କରିଥିଲେ। ସେଠାରୁ ଏକ ଫୁଟ୍‌ ଲମ୍ବର ମହାବଳ ବାଘର ଛାଳ ସହ ଫାଶ, ଦେଶୀ ବନ୍ଧୁକ ଓ ବନ୍ୟପ୍ରାଣୀ ଶିକାର ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଥିଲେ। ଏହାପରେ ଛତିଶଗଡ଼ ବନ ବିଭାଗ ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅଞ୍ଚଳର ୬ ଜଣଙ୍କୁ ଉଠାଇ ନେଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନୂଆପଡ଼ା ବନ ବିଭାଗ ଡିଏଫ୍‌ଓ ସୁଶୀଳ ତ୍ରିପାଠୀଙ୍କୁ ପଚାରିବାରୁ ଛତିଶଗଡ଼ ବନ ବିଭାଗ ଆସି ଚଢ଼ଉ କରିଥିବା ସୂଚନା ମିଳିଛି, ହେଲେ ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା କୌଣସି ଖବର ନାହିଁ ବୋଲି ସେ ପ୍ରକାଶ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।