ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାଲେଶ୍ବର ବାହାନଗା ଟ୍ରେନ୍‌ ଦୁର୍ଘଟଣା: ମୋଦୀଙ୍କୁ କଂଗ୍ରେସର ୯ ପ୍ରଶ୍ନ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଉପରେ କଂଗ୍ରେସ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୯ଟି ପ୍ରଶ୍ନ ପଚାରିଛି ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମନ୍ତ୍ରିପଦରୁ ତୁରନ୍ତ ହଟାଇବା ପାଇଁ ଦାବି କରିଛି। ସିଗ୍ନାଲିଂ ସିଷ୍ଟମ୍‌ର ବିଫଳତା ନେଇ ‘ଗୁରୁତ୍ବପୂର୍ଣ୍ଣ ଚେତାବନୀ’ ଦେବାରେ ରେଳମନ୍ତ୍ରୀ କାହିଁକି ଅବହେଳା କରିଥିଲେ ବୋଲି ଏକ ନ୍ୟୁଜ୍ ରିପୋର୍ଟକୁ ଆଧାର କରି କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ପ୍ରଶ୍ନ କରିଛନ୍ତି।
ରିପୋର୍ଟ ଅନୁସାରେ, ରେଲୱେ ବୋର୍ଡର ଅଧିକାରୀମାନେ ଗତ ଫେବ୍ରୁଆରି ମାସରେ ସିଗ୍ନାଲିଂ ସିଷ୍ଟମ୍‌ରେ ତ୍ରୁଟି ଥିବା ନେଇ ସତର୍କ କରାଇ ଦେଇଥିଲେ ଏବଂ ଇଣ୍ଟରଲକିଂରେ ବିଫଳତା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ। ଯଦି ସିଗ୍ନାଲ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ମନିଟର କରା ନ ଯାଏ ଓ ତୁରନ୍ତ ସଂଶୋଧନ କରା ନ ଯାଏ, ତେବେ ପୁନଶ୍ଚ ଦୁର୍ଘଟଣା ଘଟିବା ଅସମ୍ଭବ ନୁହେଁ ବୋଲି ସୂର୍ଯେୱାଲା ଟ୍ବିଟ୍ କରିଛନ୍ତି। ରେଳମନ୍ତ୍ରୀ ଓ ରେଳ ମନ୍ତ୍ରଣାଳୟ କାହିଁକି ଅବହେଳା କରୁଛନ୍ତି ବା କିଛି ଜାଣୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରେଳ ନିରାପତ୍ତା ପ୍ରତି ରେଳ ମନ୍ତ୍ରୀ ଓ ମନ୍ତ୍ରଣାଳୟ କାହିଁକି ଉଦାସୀନ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ସୂର୍ଯେୱାଲା କହିଛନ୍ତି, ରେଳମନ୍ତ୍ରୀ ମାର୍କେଟିଂ କରିବା ଓ ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବାରେ ବ୍ୟସ୍ତ କିନ୍ତୁ ରେଳ ନିରାପତ୍ତା ପ୍ରତି ସେତିକି ଚିନ୍ତିତ ନୁହନ୍ତି। ଏହା କ’ଣ ଠିକ୍? ରେଳମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଧରି ବନ୍ଦେ ଭାରତ ଟ୍ରେନ୍ ଉଦ୍‌ଘାଟନ କରାଇବା ଓ ରେଳ ଷ୍ଟେସନଗୁଡ଼ିକର ନବୀକରଣ କରାଇବାରେ ବ୍ୟସ୍ତ। ଏହାଦ୍ବାରା ରାଜସ୍ବ ବଢ଼ାଇବା କାର୍ଯ୍ୟରେ ମନ୍ତ୍ରୀ ବ୍ୟସ୍ତ ଥିବା ବେଳେ ଯାତ୍ରୀଙ୍କ ନିରାପତ୍ତା ପ୍ରତି ଦୃଷ୍ଟି ଦେବା କ’ଣ ତାଙ୍କର କାର୍ଯ୍ୟ ନୁହେଁ? ଏଇଥିପାଇଁ କ’ଣ ରେଳମନ୍ତ୍ରୀ ଓଡ଼ିଶା ଦୁର୍ଘଟଣାର ଠିକ୍ ପୂର୍ବରୁ ଜୁନ୍ ୨ ତାରିଖରେ ଚିନ୍ତନ ଶିବିରରେ ରେଳ ନିରାପତ୍ତା ବିଷୟ ଉପସ୍ଥାପନ କରିବାକୁ ଭୁଲିଯାଇଥିଲେ ଏବଂ କେବଳ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିବା ଓ ରାଜସ୍ବ ବଢ଼ାଇବା ଉପରେ ଗୁରୁତ୍ବ ଦେଇଥିଲେ ବୋଲି ସୂର୍ଯେୱାଲା ପ୍ରଶ୍ନ କରିଛନ୍ତି। ରାଜ୍ୟସଭା ସାଂସଦ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଯେଉଁ ରେଳମନ୍ତ୍ରୀ ଗୋଟିଏ ବିଭାଗ ସମ୍ଭାଳିପାରୁ ନାହାନ୍ତି ତାଙ୍କୁ ଆଇଟି ଓ ଟେଲିକମ୍ ପରି ବଡ଼ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ଦେବା କେତେଦୂର ଠିକ୍? ରେଳବିଭାଗରେ ବହୁ ପଦ ଖାଲି ପଡ଼ିଥିବା ଓ ମାନବସମ୍ବଳର ଅଭାବ ଥିବା ନେଇ ମଧ୍ୟ ସୂର୍ଯେୱାଲା ପ୍ରଶ୍ନ ଉଠାଇଛନ୍ତି। ଟ୍ରେନ୍ ଦୁର୍ଘଟଣା ଦୂରୀକରଣ ବ୍ୟବସ୍ଥା ବା ‘କବଚ’ କାହିଁକି ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇ ନ ଥିଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ