ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଘରୋଇ ବସ୍‌ ସହିତ ଧକ୍କା ଖାଇଲା କାର୍‌; ୬ ମୃତ

ଚନ୍ଦ୍ରପୁର: ରବିବାର ଦିନ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ ନାଗପୁର-ନାଗଭୀଦ ମାର୍ଗ ନିକଟରେ ଗୋଟାଏ ଘରୋଇ ବସ୍‌ ସହିତ ଗୋଟାଏ କାର୍‌ ଧକ୍କା ଖାଇବାରୁ ଅନ୍ୟୂନ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।

କାର୍‌ଟି ନାଗପୁରରୁ ନାଗଭୀଦ୍‌ ଅଭିମୁଖେ ଯାଉଥିବା ବେଳେ ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ କାନ୍‌ପା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।

ଉକ୍ତ କାର୍‌ରେ ୬ଜଣ ବ୍ୟକ୍ତି ନାଗପୁରରୁ ନାଗଭୀଦ୍‌ ଯାଉଥିବା ବେଳେ ରାସ୍ତାର ବିପରୀତ ପଟୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ ସହିତ କାର୍‌ଟି ଧକ୍କା ଖାଇଲା। ପ୍ରଚଣ୍ଡ ଧକ୍କାରେ କାର୍‌ ଭାଙ୍ଗିରୁଜି ଚେପା ହୋଇଯିବାରୁ ଭିତରେ ଥିବା ଲୋକମାନଙ୍କ ମଧ୍ୟରୁ ୪ଜଣଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଲା। କାର୍‌ର ଭଙ୍ଗାରୁଜା ଅଂଶ କଟାଯାଇ ସେମାନଙ୍କ ଶବ ବାହାର କରାଗଲା ବୋଲି ଜଣେ ପୁଲିସ ଅଧିକାରୀ ନିଉଜ୍‌ ଏଜେନ୍‌ସି ‘ପିଟିଆଇ’କୁ କହିଛନ୍ତି।

Image Courtesy of TimesNow

ଏହି ଦୁର୍ଘଟଣାରେ ସାଙ୍ଘାତିକ ଆହତ ‌ହୋଇଥିବା ଜଣେ ବାଳିକା ଓ ଜଣେ ମହିଳାଙ୍କୁ ନାଗଭୀଦ୍ ଗ୍ରାମୀଣ ହସ୍ପିଟାଲ୍‌କୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମହିଳାଙ୍କର ମୃତ୍ୟୁ ଘଟିଲା। କିନ୍ତୁ, ଉନ୍ନତ ଚିକିତ୍ସା ନିମନ୍ତେ ବାଳିକାଟିକୁ ସେଠାରୁ ନାଗପୁରକୁ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଧକ୍କା ସମୟରେ ଘଟଣାସ୍ଥଳରେ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ୯ ବର୍ଷର ବାଳିକା ସାଙ୍ଘାତିକ ଆହତ ହୋଇଥିଲା। ଚିକିତ୍ସା ନିମ‌ନ୍ତେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ