ରାଜ୍ୟ

ବାହାନଗା ରେଳ ଦୁର୍ଘଟଣାର ପ୍ରଭାବ: ଆଜି ଦୁଇ ଟ୍ରେନ୍ ବାତିଲ

ଭୁବନେଶ୍ବର: ଆଜି ପୁଣି ଦୁଇଟି ଟ୍ରେନ୍ ବାତିଲ ହୋଇଛି। ଏହି ଦୁଇଟି ଟ୍ରେନ୍ ହେଲା ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍। ବାହାନଗା ରେଳ ଦୁର୍ଘଟଣା ପରେ ସେଠାରେ ମରାମତି କାମ ଚାଲୁଥିବାରୁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବାର ସୂଚନା ରହିଛି।

ସୂଚନାଯୋଗ୍ୟ,ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ରେଳ ଲାଇନ ମରାମତି କାମ ଗତକାଲି ସନ୍ଧ୍ୟାରେ ଶେଷ ହୋଇଛି। ଦୀର୍ଘ ୫୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେଳ ଧାରଣା ଏବଂ ଓଭର ହେଡ୍ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଛି। ରାତି ପ୍ରାୟ ୧୦ଟା ପରେ ଉଭୟ ଅପ୍ ଏବଂ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ମାଲଗାଡ଼ି ଚଳାଚଳ ଆରମ୍ଭ କରିଛି। ବୁଧବାର ସୁଦ୍ଧା ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି ଦକ୍ଷିଣପୂର୍ବ ରେଳବାଇ। ଦୁର୍ଘଟଣାସ୍ଥଳରେ ଧ୍ବସ୍ତବିଧ୍ବସ୍ତ ଅବସ୍ଥାରେ ପଡ଼ିରହିଥିବା ଟ୍ରେନ୍‌ର ବଗିଗୁଡ଼ିକୁ ଟ୍ରାକରୁ ହଟାଇ ଦିଆଯାଇଛି। ଟ୍ରେନ୍‌ ଚଳାଇବା ଲାଗି ସମସ୍ତ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଚେନ୍ନାଇ-ହାଓଡ଼ା ଡାଉନ୍‌ ଟ୍ରାକ୍‌ର ମରାମତି କାମ ଶେଷ ହୋଇ ଯାଇଥିବାରୁ ଉକ୍ତ ଲାଇନ୍‌ରେ ପ୍ରଥମେ ପରୀକ୍ଷାମୂଳକ ଭାବେ (ଟ୍ରାଏଲ) ଟ୍ରେନ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଥିଲା।

ବୁଧବାର ସୁଦ୍ଧା ଅନ୍ୟାନ୍ୟ ସମସ୍ତ ଟ୍ରାକ୍‌ କାମ ଶେଷ ହୋଇ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ବୈଷ୍ଣବ। ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୪ଟି ଯାକ ଟ୍ରାକ୍‌ ପ୍ରଭାବିତ ହୋଇଛି। ଅପ୍‌ ଲାଇନ୍‌ (ହାଓଡ଼ା-ଚେନ୍ନାଇ) ପାଖାପାଖି ଗୋଟିଏ କିମି ପର୍ଯ୍ୟନ୍ତ ନଷ୍ଟ ହୋଇଛି। ଏହାର ମରାମତି ଲାଗି ୨ ହଜାର ସ୍ଲିପର୍‌ ସହ ଗୋଟିଏ କିଲୋମିଟର ରେଳ ଟ୍ରାକ୍‌ ବିଛାଯାଇଛି। ବହୁ ପରିମାଣର ବାଲାଷ୍ଟ (ଟ୍ରାକ୍‌ରେ ପଡ଼ିଥିବା‌ ମେଟାଲ୍‌) ନଷ୍ଟ ହୋଇଛି। ତାହାକୁ ଭରଣା କରିବା ଏବେ କଷ୍ଟକର ହୋଇପଡ଼ିଛି। ତେଣୁ ଏହି ଲାଇନ୍‌ ମରାମତି ଶେଷ ହେବାକୁ ଆହୁରି କିଛି ଘଣ୍ଟା ଲାଗିଯିବ ବୋଲି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଡାଉନ୍‌ ଲାଇନ୍‌ ବିଶେଷ ପ୍ରଭାବିତ ହୋଇ ନ ଥିବାରୁ ଏହାର ମରାମତି ଶୀଘ୍ର ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।