ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଶ୍ବ ପରିବେଶ ଦିବସ ଆଜି : ନିଜ ସ୍ବାର୍ଥ ପାଇଁ ପ୍ରକୃତିକୁ ବିଗାଡ଼ୁଛି ମଣିଷ

ଭଞ୍ଜନଗର: ପ୍ରକୃତି ଓ ପରିବେଶର ସୁରକ୍ଷା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ୫ ତାରିଖରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି। ଏଥିପାଇଁ କେଉଁଠି ରାଲି ତ ଆଉ କେଉଁଠି ସଭା ଏବଂ ଆଲୋଚନାଚକ୍ରର ଆୟୋଜନ ହେଉଛି। କିନ୍ତୁ ମାନବସମାଜ ଉପରେ ଏହାର ବିଶେଷ ପ୍ରଭାବ ପଡ଼ୁ ନଥିବା ମନେ ହେଉଛି। ନିଜର ସ୍ବାର୍ଥ ହାସଲ ପାଇଁ ମାନବସମାଜ ପ୍ରକୃତି ଓ ପରିବେଶର ସନ୍ତୁଳନକୁ ବିଗାଡ଼ିସାରିଛି। ଫଳରେ ଜଙ୍ଗଲସମ୍ପଦ ଓ ବନ୍ୟଜନ୍ତୁଙ୍କ ଜୀବନ ଏବେ ବିପଦରେ ପଡ଼ିଛି। ‌କେବଳ ଏତିକି ନୁହେଁ, ବର୍ଷାର ପରିମାଣ କମୁଥିବା ବେଳେ ବିଶ୍ବ ତାପାୟନ ଏବେ ଚିନ୍ତାର ପ୍ରସଙ୍ଗ ପାଲଟିଛି। କିନ୍ତୁ ପ୍ରକୃତିର ସୁରକ୍ଷା ପାଇଁ କାହାମଧ୍ୟରେ ବି ତତ୍ପରତା ଦେଖିବାକୁ ମିଳୁନି।

ସେପଟେ ବନ ବିଭାଗ ପକ୍ଷରୁ ପ୍ରତିବର୍ଷ ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ବିଶ୍ବ ପରିବେଶ ଦିବସରେ ରାସ୍ତାଘାଟଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚାରାରୋପଣ ହେଉଛି। ହେଲେ କେବଳ ଫଟୋ ଉଠାଇ ଅଧିକାରୀମାନେ କେବଳ ବାହାବା ନେଉଛନ୍ତି। ସ୍ବେଚ୍ଛାସେବୀମାନେ ବି ଏହି ଅଭିଯାନରେ ସାମିଲ ହେଉଛନ୍ତି। କିନ୍ତୁ ଗଛ ବଞ୍ଚିଲା କି ନାହିଁ, ଏହାର ତଦାରଖକୁ ଗୁରୁତ୍ବ ଦିଆଯାଉନି। ଫଳରେ ସବୁଜ ଜଙ୍ଗଲ ଏବେ ଟାଙ୍ଗରା ଦିଶୁଛି। ଅନେକ ଗଛ ଜଙ୍ଗଲରେ ହିଁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।

ବିପଦରେ ଜଙ୍ଗଲ ସମ୍ପଦ, ବନ୍ୟଜନ୍ତୁ
ବୃକ୍ଷରୋପଣ ହେଉଛି, କିନ୍ତୁ ତଦାରଖ ହେଉନି
ବନାଗ୍ନି ବଢ଼ାଉଛି ଚିନ୍ତା

ରାଜ୍ୟର ଅନ୍ୟତମ ବୃହତ୍ ବନଖଣ୍ଡ ଘୁମୁସର ଜଙ୍ଗଲକୁ ବିଚାରରେ ନେଲେ, ଗତ କିଛିବର୍ଷ ହେଲା ଏଠାକାର ଅର୍ଦ୍ଧାଧିକ ଇଲାକା ଗଛଶୂନ୍ୟ ପାଲଟିଛି। ନିଘଞ୍ଚ ଏବଂ ବିସ୍ତୀର୍ଣ୍ଣ ଇଲାକା ହୋଇଥିବାରୁ ବନ୍ୟଜନ୍ତୁ ଏହି ଜଙ୍ଗଲକୁ ନିରାପଦ ବିଚରଣସ୍ଥଳ କରିଥିଲେ। କିନ୍ତୁ ବନାଗ୍ନି ଯୋଗୁଁ ବିଗତ ଦିନରେ ବହୁ ମଲ୍ୟବାନ୍ ଗଛ ନଷ୍ଟ ହୋଇଯିବାରୁ ବନ୍ୟଜନ୍ତୁ ଆହାର ପାପାରୁନାହାନ୍ତି। କେବଳ ଏତିକି ନୁହେଁ, ବର୍ଷା ଅଭାବରୁ ଜଙ୍ଗଲ ଗୁଡ଼ିକର ପ୍ରାକୃତିକ ଜଳସ୍ରୋତ ଗୁଡ଼ିକ ଶୁଖିବାରେ ଲାଗିଛି। ଏଭଳି ପରିସ୍ଥିତରେ ଅନେକ ଜଳଉତ୍ସ ଉଭାନ୍ ବି ହୋଇସାରିଲାଣି। ଫଳରେ ହାତୀ ସମେତ ବିଭିନ୍ନ ବନ୍ୟଜନ୍ତୁ ଖାଦ୍ୟ ଏବଂ ପାଣି ସନ୍ଧାନରେ ଜନବସତିମୁହାଁ ହେଉଛନ୍ତି। ଚଳିତବର୍ଷ ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜନବସତି ଇଲାକାକୁ ହାତୀପଲ ମାଡ଼ିଯାଇ ବ୍ୟାପକ କ୍ଷୟକ୍ଷତି କରିବା ଏହାର ଜ୍ବଳନ୍ତ ଉଦାହରଣ।

କାରଣ ପୂର୍ବରୁ ଫସଲ ଅମଳ ସମୟରେ ହାତୀପଲ ଜନବସତିମୁହାଁ ହେଉଥିବା ବେଳେ ବର୍ତ୍ତମାନ ବର୍ଷତମାମ ସେମାନଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଛି। ମୁଜାଗଡ଼ ବନାଞ୍ଚଳର କାନବିନ୍ଧା, ଦରପଙ୍ଗିଆ ସମେତ ସାଧୁଗାଁ ଓ ପଇତାଗାଁ ଭଳି ଜଙ୍ଗଲିଆ ଇଲାକ‌ାରେ ହାତୀ ମାନଙ୍କ ପାଇଁ ଭଲ ଆହାର ରହିଛି। ସେହିପରି ବୁଦୁଲି, କାନବିନ୍ଧା, ବିରିକୋଟ ଓ ବାଇବାଲି ଭଳି ଜଙ୍ଗଲ ମଧ୍ୟରେ ଭଲ ବାଉଁଶ ବଣ ରହିଥିବାରୁ ଏହି ଇଲାକାକୁ ହାତୀମାନ‌େ ସେମାନଙ୍କ ସୁରକ୍ଷିତ ବିଚରଣସ୍ଥଳ ଭାବେ ବାଛିନେଇଥିଲେ। କିନ୍ତୁ ବର୍ତ୍ତମାନ ଚିତ୍ର ବଦଳିଯାଇଛି। ପ୍ରକୃତିକୁ ନିଜ କରାୟତ୍ତ କରିବା ଲକ୍ଷ୍ୟରେ ମଣିଷ ନିଜ ହିତାହିତ ଜ୍ଞାନ ଭୁଲିଯାଇଛି। ବିକାଶ ନାଁରେ ଜଙ୍ଗଲର ବିନାଶ ହେଉଥିବା ବେଳେ ବନ୍ୟଜନ୍ତୁଙ୍କ ଜୀବନ ଓ ଜଙ୍ଗଲ ସଂପଦ ସଂକଟରେ ପଡ଼ିଛି।

ବର୍ତ୍ତମାନ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଜୈବ ବିବିଧତାର ସଂରକ୍ଷଣକୁ ଦୂରଦୂରାନ୍ତ ବନାଞ୍ଚଳରେ ସୀମିତ ନରଖି ସହରାଞ୍ଚଳରେ ବ୍ୟାପକ କରିବା ଆବଶ୍ୟକତା ରହିଛି। ଭଞ୍ଜନଗର ଉପଖଣ୍ଡର ଥିବା ସମସ୍ତ ସହରର କଳେବର ବହୁଗୁଣା ବଢ଼ିଥିବା ବେଳେ ସହରର ସୌନ୍ଦର୍ଯ୍ୟୀକରଣକୁ ଯେଭଳି ଗୁରୁତ୍ବ ଦିଆଯାଉଛି ବୃକ୍ଷରୋପଣକୁ ସେଭଳି ପ୍ରାଧାନ୍ୟ ଦିଆଯାଉନାହିଁ। ଚାରି‌ଆଡେ କଂକ୍ରିଟ୍ ଜଙ୍ଗଲ ରହିଥିବା ବେଳେ ଯେଉଁଠି କିଛି ଖୋଲା ସ୍ଥାନ ରହିଛି ସେଠାରେ ଆର୍ବଜନା ପାହାଡ଼ ଭଳି ଜମା ହୋଇରହିଛି। ଯଦିବା ସହର ମଧ୍ୟର କିଛି ଅନୁଷ୍ଠାନ ଓ ସ୍ବେଚ୍ଛାସେବୀମାନେ ବୃକ୍ଷରୋପଣ କରନ୍ତି ତେବେ ତାହା ପରବର୍ତ୍ତୀ ସମୟ‌ରେ ବଞ୍ଚିଲା କି ନାହିଁ ଏହାର ତଦାରଖ ହେଉନି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।