ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ସ୍ପେଲିଙ୍ଗ୍‌ ବି’ରେ ଗୋଟାଏ ଜୀବ ନାଁ’ର ବନାନ କହି ୪୧ ଲକ୍ଷ ଟଙ୍କା ଜିଣିଲେ ଭାରତୀୟ ବଂଶୋଦ୍ଭବ ବାଳକ

ନୂଆଦିଲ୍ଲୀ: ଗୁରୁବାର ରାତିରେ ଆମେରିକାର ସମ୍ମାନଜନକ ‘ସ୍କ୍ରିପ୍‌ସ୍‌ ନ୍ୟାସ୍‌ନାଲ୍‌ ସ୍ପେଲିଙ୍ଗ୍‌ ବି’ ପ୍ରତିଯୋଗିତାରେ ଗୋଟାଏ ଜୀବ ନାଁ’ର ଠିକ୍‌ ବନାନ କରି ଭାରତୀୟ ବଂଶୋଦ୍ଭବ ବାଳକ ଦେବ ଶାହ ନଗଦ ୫୦,୦୦୦ ଡଲାର୍‌ (ଭାରତୀୟ ମୁଦ୍ରାରେ ପ୍ରାୟ ୪୧ ଲକ୍ଷ ଟଙ୍କା) ପୁରସ୍କାର ପାଇଛନ୍ତି।

ଗତ ୨୪ ବର୍ଷ ମଧ୍ୟରେ ‘ସ୍ପେଲିଙ୍ଗ୍‌ ବି’ ପ୍ରତିଯୋଗିତାରେ ବିଜୟ ହାସଲ କରିବାରେ ଦେବ ଶାହ ହେଉଛନ୍ତି ୨୨ଶ ଚାମ୍ପିଅନ୍‌। ଆମେରିକୀୟ ପ୍ରଦେଶ ମେରିଲାଣ୍ଡ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାରେ ଫ୍ଲୋରିଡାର ଏହି ୧୪ ବର୍ଷିୟ ବାଳକ ବିଜୟୀ ହେବା ପରେ ଗଣମାଧ୍ୟମ ‘ସିଏନ୍‌ଏନ୍‌’କୁ କହିଛନ୍ତି, ବଡ଼ ଆଚମ୍ବିତ ଲାଗୁଛି। ମୋ ଗୋଡ଼ ଯୋଡ଼ିକ ଏବେ ବି ଥରି ଉଠୁଛି।

ଦେବଙ୍କୁ ବଜୟୀ କରିଥିବା ଶବ୍ଦଟି ହେଉଛି ‘ସେମୋଫାଇଲ୍‌’ (Psammophile)। ‘ମେରିୟମ୍‌-ୱେବ୍‌ଷ୍ଟର୍‌’ ଅଭିଧାନ ଅନୁସାରେ, ଏହି ଜୀବଟି ବାଲୁକା ଅଞ୍ଚଳରେ ରହେ।

Image Courtesy of NDTV

ସମଗ୍ର ବିଶ୍ବରୁ ଏହି ବନାନ ପ୍ରତିଯୋଗିତାରେ ପ୍ରବେଶ କରି ଥିବା ୧୧ ନିୟୁତ ଜଣଙ୍କ ମଧ୍ୟରୁ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ୧୧ଜଣଙ୍କ ମଧ୍ୟରେ ଦେବ ଥିଲେ ଅନ୍ୟତମ।

ଏହି ପ୍ରତିଯୋଗିତାରେ ଭର୍ଜିନିଆର ସାର୍ଲୋଟ୍‌ ୱାଲ୍ସ୍ ଦ୍ବିତୀୟ ହୋଇଛନ୍ତି।

୧୯୨୫ ମସିହାରେ ଆରମ୍ଭ ହୋଇଥିବା ଏହି ବନା ପ୍ରତିଯୋଗିତା ‘ନ୍ୟାସ୍‌ନାଲ୍‌ ସ୍ପେଲିଙ୍ଗ୍‌ ବି’ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଉନ୍ମୁକ୍ତ ରଖାଯାଇଛି। କିଛି ବର୍ଷ ହେବ ଭାରତୀୟ-ଆମେରିକୀୟମାନେ ଏହି ପ୍ରତିଯୋଗିତାରେ ପ୍ରାଧାନ୍ୟ ବିସ୍ତାର କରି ଆସୁଛନ୍ତି।

ଗତବର୍ଷ ଭାରତୀୟ-ଆମେରିକୀୟ ବିକ୍ରମ ରାଜୁଙ୍କୁ ପରାସ୍ତ କରି ଟେକ୍ସାସ୍‌ର ହାରିନି ଲୋଗାନ୍‌ ନାମରେ ଜଣେ ୮ମ ଶ୍ରେଣୀ ଶିକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ବିଜୟୀ ‌ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ