ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁକ୍ରେନ୍‌ ଯୁଦ୍ଧକୁ ବିରୋଧ: ପୋଷାକପତ୍ର ଓହ୍ଲାଇ ଭଟିକାନ୍‌ ଗୀର୍ଜାରେ ବିବସ୍ତ୍ର ହୋଇ ଠିଆ ହେଲେ ପ୍ରତିବାଦକାରୀ

ଭଟିକାନ୍‌ ସିଟି: ସେଣ୍ଟ୍‌ ପିଟର୍ସର ବାସିଲିକାକୁ ବୁଲି ଆସିଥିବା ଜଣେ ବ୍ୟକ୍ତି ଗୁରୁବାର ଦିନ ତାଙ୍କର ପୋଷାକପତ୍ର ଓହ୍ଲାଇ ଭଟିକାନ୍‌ ଗୀର୍ଜାର ମୁଖ୍ୟ ଫାଟକ ସାମ୍ନାରେ ଠିଆ ହୋଇଥିଲେ ବୋଲି ଭଟିକାନ୍‌ ସୂତ୍ରରୁ ଜଣାପଡ଼ିଛି।

ଭଟିକାନ୍‌ ସୂତ୍ର କହିଛି ଯେ, ବ୍ୟକ୍ତିଜଣକ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଏଭଳି କରିଥିବା ପରି ମନେ ହେଉଛି।

ୟୁକ୍ରେନ୍‌ର ପିଲାମାନଙ୍କୁ ରକ୍ଷା କରାଯାଉ ବୋଲି ଆହ୍ବାନ ଦିଆଯାଇ ଉକ୍ତ ବ୍ୟକ୍ତିଙ୍କ ପିଠିରେ କିଛି ଲେଖା ହୋଇଥିଲା। ଏହାଛଡ଼ା, ଲୋକଟି ନିଜ ନଖରେ ନିଜ ଦେହକୁ ଖଣ୍ଡିଆଖାବରା କରିପକାଇଥିଲେ।

recommended by

GENFIT WATCH

Every Indian Should Get This Incredible Rs.1999 Smartwatch

LEARN MORE

ଭଟିକାନ୍‌ ସୁରକ୍ଷାକର୍ମୀମାନେ ସ‌େ ଅଜ୍ଞାତ ବ୍ୟକ୍ତିଙ୍କୁ ଧରି ଇଟାଲି ପୁଲିସ ଜିମାରେ ଦେଇଥିଲେ। ଗୁରୁବାର ଅପରାହ୍ଣରେ ବାସିଲିକା ବନ୍ଦ ହେବା ପୂର୍ବରୁ ଉପରୋକ୍ତ ଘଟଣା ଘଟିଥିଲା।

ପର୍ଯ୍ୟଟକମାନେ ଉଠାଇ ଥିବା ଏହି ଘଟଣାର କିଛି ଫଟୋ କେତେକ ଇଟାଲୀୟ ୱେବ୍‌ସାଇଟ୍‌ ପ୍ରସାରଣ କରିଥିଲେ। ପ୍ରସିଦ୍ଧ ଗାଚିନି ବାସିଲିକା ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଭଟିକାନ୍‌ ନଗରୀକୁ ଆସିଥାଆନ୍ତି। କୁହାଯାଉଛି, ଅନ୍ୟାନ୍ୟ ଅନେକ ପର୍ଯ୍ୟଟକଙ୍କ ପରି ସେ ବ୍ୟକ୍ତିଜଣ ବି ବୁଲି ଆସିଥିଲେ। କିନ୍ତୁ, ହଠାତ୍‌ ପୋଷାକପତ୍ର ଓହ୍ଳାଇ ପକାଇ ଗୀର୍ଜାର ମୁଖ୍ୟ ଫାଟକ ସିଧାରେ ଥିବା ଟେବୁଲ୍‌ ନିକଟରେ ସମ୍ପୂର୍ଣ୍ଣ ବିବସ୍ତ୍ର ହୋଇ ଠିଆ ହୋଇଗଲେ।

ଭଟିକାନ୍‌ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ବ୍ୟକ୍ତିଜଣକ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧକୁ ବିରୋଧ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ