ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବାୟୁସେନା ଏକାଡେମି ସମାରୋହ ମଞ୍ଚରେ ଭାଷଣ ଦେବା ପରେ ପଡ଼ିଗଲେ ରାଷ୍ଟ୍ରପତି ବାଇଡେନ୍‌

ୱାସିଂଟନ୍‌: ଗୁରୁବାର ଦିନ କଲୋରାଡୋ ସ୍ପ୍ରିଙ୍ଗ୍‌ସ୍‌ରେ ବାୟୁସେନା ଏକାଡେମିରେ ଉଦ୍‌ବୋଧନ ଦେବା ସହିତ ସ୍ନାତକମାନଙ୍କୁ ସାର୍ଟିଫିକେଟ୍‌ (ଡିପ୍ଲୋମା) ପ୍ରଦାନ କରି ସାରିବା ପରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ମଞ୍ଚ ଉପରେ ଝୁଣ୍ଟି ପଡ଼ିଯାଇଥିଲେ।

ଏହି ଘଟଣାର ଭିଡିଓ କ୍ଲିପ୍‌ ଅବିଳମ୍ବେ ସାମାଜିକ ଗଣମାଧ୍ୟମରେ ଭାଇରା‌ଲ୍‌ ହୋଇଥିଲା।

Image Courtesy of India Today

ମଞ୍ଚ ବା ଷ୍ଟେଜ୍‌ ଉପରେ ୮୦ ବର୍ଷିୟ ବାଇଡେନ୍‌ ଡିପ୍ଲୋମା ପ୍ରଦାନ କରିସାରିବା ପରେ ବୁଲିପଡ଼ି ଫେରୁଥିବା ବେଳେ ଝୁଣ୍ଟି ଆଣ୍ଠେଇ ପଡ଼ିଥିଲେ। ତତ୍‌କ୍ଷଣାତ୍‌ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ୍‌ ଓ ଜଣେ ବାୟୁସେନା ଅଧିକାରୀ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଉଠାଇ ଠିଆ କରାଇଥିଲେ ବୋଲି ‘ଏବିସି ନିଉଜ୍‌’ ରିପୋର୍ଟ କରିଛି।

Image Courtesy of Fox4News

ଏହାପରେ, କାହାରି ସହାୟତା ବିନା ବାଇଡେନ୍‌ ନିଜେ ସିଧାସଳଖ ଚାଲି ଚାଲି ଯାଇଥିଲେ। ହ୍ବାଇଟ୍‌ ହାଉସ୍‌ କମ୍ୟୁନିକେସନ୍‌ସ୍‌ ଡାଇରେକ୍ଟର୍‌ ବନେ୍‌ ଲାବୋଲ୍‌ଟ୍‌ ଟୁଇଟ୍‌ କରି କହିଛନ୍ତି, ରାଷ୍ଟ୍ରପତି ଭଲ ଅଛନ୍ତି। ସେ କରମର୍ଦ୍ଦନ କରୁଥିବା ବେଳେ ମଞ୍ଚ ଉପରେ ଭୁଲ୍‌ ସ୍ଥାନରେ ରଖାଯାଇଥିବା ଗୋଟାଏ ବାଲିବସ୍ତାରେ ଝୁଣ୍ଟି ପଡ଼ିଗଲେ।

ରାଷ୍ଟ୍ରପତିଙ୍କ ଭାଷଣ ପାଇଁ ଟେଲିପ୍ରମ୍ପଟର୍‌ ରଖିବା ନିମନ୍ତେ ମଞ୍ଚ ଉପରେ ଦୁଇଟି ବାଲିବସ୍ତା ରଖାଯାଇଥିଲା।

ଉଲ୍ଲେଖଯୋଗ୍ୟ, ୯୨୧ ଜଣ ସ୍ନାତକ କ୍ୟାଡେଟ୍‌ଙ୍କ ସହିତ କରମର୍ଦ୍ଦନ କରିବା ଲାଗି ମଞ୍ଚ ଉପରେ ରାଷ୍ଟ୍ରପତି ବାଇଡେନ୍‌ ପ୍ରାୟ ଦେଢ଼ଘଣ୍ଟା କାଳ ଠିଆହୋଇଥିଲେ।

ସନ୍ଧ୍ୟାବେଳେ ହ୍ବାଇଟ୍‌ ହାଉସ୍‌କୁ ଫେରି ରାଷ୍ଟ୍ରପତି ବାଇଡେନ୍‌ ହସି ହସି ସାମ୍ବାଦିକମାନଙ୍କୁ ମଜାରେ କହିଲେ, ମୁଁ ବାଲିବସ୍ତା ହୋଇଯାଇଥିଲି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ