ରାଜ୍ୟ

ଆସୁଛି ମୈାସୁମୀ: ସୁରକ୍ଷା ପ୍ରାଚୀର ଅଧପନ୍ତରିଆ, ଚିଲିକାକୂଳ ଜନବସତିକୁ ବଢ଼ୁଛି ବିପଦ

ବ୍ରହ୍ମଗିରି : ଆଉ କିଛି ଦିନ ପରେ ମୈାସୁମୀ ଓଡ଼ିଶାକୁ ପ୍ରବେଶ କରିବ। ବାରମ୍ବାର ଲଘୁଚାପ ଯୋଗୁ ସମୁଦ୍ର ଫୁଲି ଉଠିବ। ଫଳରେ ଜୁଆର ଚିଲିକା ଭିତରକୁ ପ୍ରବେଶ କରିବ। ଲଗାଣ ବର୍ଷା ସହ ସମୁଦ୍ର ଜୁଆର ଚିଲିକା ଉପକୂଳବାସୀଙ୍କ ପାଇଁ ବିପଦ ଆଣିବାର ଆଶଙ୍କାକୁ ବଢାଇଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ଉପକୂଳ ସୁରକ୍ଷା ପ୍ରାଚୀର ନିର୍ମାଣ ଆରମ୍ଭ କରିଛନ୍ତି। କିନ୍ତୁ ଦୀର୍ଘ ୧୦ ବର୍ଷରୁ ଅଧିକ ହେଲାଣି ସୁରକ୍ଷା ପ୍ରାଚୀର କାମ ଶେଷ ହୋଇ ପାରୁ ନାହିଁ। ଉପକୂଳ ଜନବସତି ପାଇଁ ଯେଉଁ ବିପଦକୁ ସେହି ବିପଦ ଆଶଂଙ୍କା ବଢ଼ି ଚାଲିଛି।

ପ୍ରତ୍ୟେକ ବର୍ଷ ମୈାସୁମୀ ବର୍ଷା ଆସିବା ପରେ ଉପକୂଳ ଜନବସତିକୁ ବିପଦ ଆଶଂଙ୍କା ବଢିଥାଏ। ଲଘୁଚାପ ପ୍ରଭାବରେ ସ୍ଥିତି ଆହୁରି ସଙ୍ଗୀନ ହୋଇଥାଏ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକ୍‌ରେ ୨୦୧୩ ମସିହାରେ ଫାଇଲିନ୍‌ ବାତ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଦୁଇଟି ସାହିକୁ ଚିଲିକା ଭିତରକୁ ଜୁଆର ଟାଣି ନେଇ ଯାଇଥିଲା। ଚିଲିକା-ସମୁଦ୍ର ମଝିରେ ଥିବା ବାଲିବନ୍ତ ଧୋଇ ପ୍ରାକୃତିକ ଭାବରେ ମୁହାଣ ଖୋଲିଥିଲା। ଚିଲିକା ଉପକୂଳରେ ଥିବା ୧୬ରୁ ଅଧିକ ଜନବସତିକୁ ବିପଦ ଆଶଙ୍କା ବଢିଥିଲା। ଏକ ବିଶେଷଜ୍ଞ ଟିମ୍‌ ମୁହାଣ ଅ‌ଞ୍ଚଳକୁ ଯାଇ ଅନୁଧ୍ୟାନ କରି ଫେରିବା ପରେ ଏନେଇ ସରକାରଙ୍କୁ ରିପୋର୍ଟ ଦେଇଥିଲା।

ଉପକୂଳ ଜନବସତିକୁ ସୁରକ୍ଷା ଦେବା ପାଇଁ ଚିଲିକା ଉପକୂଳରେ ସୁରକ୍ଷା ପ୍ରାଚୀର ନିର୍ମାଣ ଯୋଜନା ହେ‌ଲା। ମୁଖ୍ୟମନ୍ତ୍ରୀ ଅରଖକୁଦାଠାରେ ଏହାର ଶିଳାନ୍ୟାସ କଲେ। କୃଷ୍ଣପ୍ରସାଦ ବ୍ଲକ୍‌ ସାତପଡ଼ାଠାରୁ ବ୍ରହ୍ମଗିରି ବ୍ଲକ୍‌ ମୋଟ ପର୍ଯ୍ୟନ୍ତ ୨୬ କିମି ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ କାମ ଆରମ୍ଭ ହେଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ନିର୍ମାଣ କାମ ଶେଷ ହୋଇ ପାରି ନାହିଁ। ଏହାରି ଭିତରେ ‘ଫନି’ ଭଳି ବାତ୍ୟା ଉପକୂଳବାସୀ ଦେଖି ସାରିଲେଣି। ୩ଟି ପ୍ରାକୃତିକ ମୁହାଣରୁ ଏବେ ୬ଟି ମୁହାଣ ହେଲାଣି। ଉପକୂଳ ପ୍ରାଚୀର ନିର୍ମାଣ ପାଇଁ ଶହ ଶହ କୋଟି ଟଙ୍କା ସରକାର ମଞ୍ଜୁର କରିଥିଲେ ମଧ୍ୟ ଆଜି ସୁଦ୍ଧା ପ୍ରାଚୀର ନିର୍ମାଣ ସରୁନି। ଆଗକୁ ବର୍ଷା ଓ ଲଘୁଚାପ ସମୟରେ ପୁଣି ଚିଲିକା ଉପକୂଳରେ ଥିବା ଜନବସତି ମଧ୍ୟକୁ ଜୁଆର ପାଣି ପଶିବା ଆଶଙ୍କା ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।