ଅପରାଧ ରାଜ୍ୟ

ପାରାଦୀପରେ ଚାଞ୍ଚଲ୍ୟ: ଥାନାଠାରୁ ମାତ୍ର ୫୦ ମିଟର ଦୂରରେ ତଣ୍ଟି କାଟି ଯୁବକକୁ ହତ୍ୟା

ପାରାଦୀପ: ପାରାଦୀପ ରେବିକା ବାର ପଛ ପଟେ ପଡ଼ିଚି ଶବ। ଯୁବକକୁ ତଣ୍ଟି କାଟି ହତ୍ୟା କରାଯାଇଛି। ଯୁବକଙ୍କ ଘର କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ଗଣ୍ଡାଖିଆ ଲୋକନାଥ ପୁର ଗାଁରେ ଓ ତାଙ୍କ ନାମ ଟୁବୁଲୁ ଜେନା। ସେ ରେବିକା ବାରରେ କିଛି ଦିନ ହେବ କାର୍ଯ୍ୟ କରୁଥିବା ଜଣାପଡ଼ଛି।

ଏଭଳି ହତ୍ୟାକାଣ୍ଡ ଘଟିଥିବା ହେତୁ ତାହା ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ କିଏ କଣ ପାଇଁ ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ପୁଲିସ ରେବିକା ବାରର ପରିଚାଳକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ସକାଳେ ତାର ମୃତଦେହ ଦେଖି ବାରରେ କାମ କରୁଥିବା ଲେକେ ପୁଲିସକୁ ଆବର ଦେଇଥିଲେ। ଟୁବୁଲୁ ଜେନାକୁ ହତ୍ୟା କରାଯାଇଥିବା ନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଟୁବୁଲୁ  ମାତ୍ର  ୧୫ ଦିନ ହେବ ପାରାଦୀପ ଆସିଥିଲା। ଏତେ କମ୍ ଦିନ ଭିତରେ କିଏ ତାର ଶତ୍ରୁ ପାଲଟି ଏଭଳି କାଣ୍ଡ ଭିଆଇଛି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।