ରାଜ୍ୟ

କେନାଲରେ ବୁଡ଼ି ଦୁଇ ସଂପର୍କୀୟ ଭାଇ ମୃତ

ତାଳଚେର : ତାଳଚେର ଥାନା ଗୁରୁଜାଙ୍ଗ ଗାଁରେ ବୁଧବାର ଦିନ ଏକ ମର୍ମନ୍ତୁଦ ଦୁର୍ଘଟଣା ଅଞ୍ଚଳକୁ ଶୋକାଭିଭୂତ କରିଦେଇଛି। ଦୁଇ ସଂପର୍କୀୟ ଭାଇ ବୁଧବାର ଦିନ ଗାଁ ପାଖ କେନାଲରେ ଗାଧୋଇବାବେଳେ ବୁଡ଼ି ପ୍ରାଣ ହରାଇଛନ୍ତି। ଉଭୟ ଥିଲେ ବାପା, ମାଆଙ୍କର ଗୋଟିଏ ଲେଖାଏଁ ପୁଅ। ସୂଚନା ମୁତାବକ, ଗୁରୁଜାଙ୍ଗର ସରୋଜ ପାଣିଙ୍କ ପୁଅ ସୌମ୍ୟରଂଜନ ପାଣି(୧୩) ଓ ସନ୍ତୋଷ ପାଣିଙ୍କ ପୁଅ ଓମ୍‌ ପ୍ରକାଶ ପାଣି(୧୪) ଆଜି ଦିନପ୍ରାୟ ସାଢ଼େ ୧୦ଟା ବେଳେ ଗାଁଠାରୁ ଅଳ୍ପଦୂର ରେଙ୍ଗାଳି ଦକ୍ଷିଣ ପାର୍ଶ୍ବ କେନାଲକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ କେନାଲରେ ଅଧିକ ପାଣି ଆସିଯିବାରୁ ଉଭୟ ଭାସିଯାଇ ବୁଡ଼ି ଯାଇଥିଲେ।

ସେଠାରେ ଥିବା ତାଙ୍କର ଜଣେ ସାଙ୍ଗ ସାନୁ ଲେଙ୍କା ଏହା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଡାକି ଆଣିଥିଲେ। ଗ୍ରାମବାସୀ କେନାଲରେ ବହୁ ସମୟ ଖୋଜ‌ାଖୋଜି କରିବା ପରେ ଉଭୟଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ଦୁହଁଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହା ପ୍ରଚାରିତ ହେବା ପରେ ଆତ୍ମୀୟ ସ୍ବଜନଙ୍କ କାନ୍ଦବୋବାଳିରେ ଅଞ୍ଚଳ ଫାଟିପଡ଼ିଥିଲା। ସରୋଜ ଓ ସନ୍ତୋଷ ହେଉଛନ୍ତି ସଂପର୍କୀୟ ଭାଇ। ତେଣୁ ମୃତ ନାବାଳକ ଦୁଇଜଣ ମଧ୍ୟ ସଂପର୍କୀୟ ଭାଇ ଅଟନ୍ତି। ମୃତ ‌ସୌମ୍ୟରଂଜନ ଏବଂ ଓମ୍‌ ପ୍ରକାଶ ବାପା, ମାଆଙ୍କ ଗୋଟିଏ ଲେଖାଏଁ ପୁଅ ଥିଲେ। ସୌମ୍ୟରଂଜନ ଗୁରୁଜାଙ୍ଗ ଉପ୍ରା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ଓ ଓମ୍‌ ପ୍ରକାଶ ଗୁରୁଜାଙ୍ଗ ହାଇସ୍କୁଲ୍‌ରେ ନବମ ଶ୍ରେଣୀରେ ପଢ଼ୁଥିଲେ। ଦୁହିଁଙ୍କର ଅକାଳ ବିୟୋଗ ଅଞ୍ଚଳବାସୀଙ୍କୁ ଶୋକ‌ରେ ଡୁବାଇଦେଇଛି। ଗାଁ ଶ୍ମଶାନରେ ଉଭୟଙ୍କ ଚିତା ଜଳିଥିଲା‌।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।