ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କଂଗ୍ରେସ ମୁସଲମାନଙ୍କୁ ଚୁଇଂଗମ୍‌ ଭଳି ବ୍ୟବହାର କରୁଛି: ନକ୍‌ଭି

ନୂଆଦିଲ୍ଲୀ: ବିଜେପି ନେତା ମୁଖତାର ଅବାସ ନକ୍‌ଭି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ‌ଦେଶର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଛନ୍ତି ଏବଂ ଦେଶରେ ଦଳିତ ଓ ମୁସଲମାନ ଅତି ଦୟନୀୟ ସ୍ଥିତିରେ ରହିଛନ୍ତି ବୋଲି ରାହୁଲ ବିଦେଶରେ କହିଛନ୍ତି।

ରାହୁଲଙ୍କୁ ଜବାବ ଦେଇ ବିଜେପି ନେତା ନକଭି କହିଛନ୍ତି, କଂଗ୍ରେସ ଦଳ ମୁସଲିମମାନଙ୍କୁ ଚୁଇଂଗମ୍‌ ଭଳି ବ୍ୟବହାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକାଶ ଦ୍ବାରା କଂଗ୍ରେସର ସାମନ୍ତବାଦୀ ଶାସନ ବ୍ୟବସ୍ଥାକୁ ନଷ୍ଟ କରିଦେଇଛନ୍ତି ଏବଂ ରାହୁଲଙ୍କ ସମସ୍ୟା ହେଉଛି ସେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ରାହୁଲ ଗାନ୍ଧି ଗଣତନ୍ତ୍ରକୁ ତାଙ୍କ ବଂଶବାଦର ଏକ ଆଧାର ବୋଲି ଭାବୁଛନ୍ତି। ନକ୍‌ଭି କହିଛନ୍ତି, ରାହୁଲ ଭାରତକୁ ଅପମାନିତ କରିବାପାଇଁ ଠିକା ନେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ