ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଧାନମନ୍ତ୍ରୀଙ୍କୁ ପିଏଫ୍‌ଆଇର ହତ୍ୟା ଷଡ଼୍‌ଯନ୍ତ୍ର ମାମଲା: କର୍ଣ୍ଣାଟକରେ ଏନ୍‌ଆଇଏ ଚଢ଼ଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ବୁଧବାର ଦକ୍ଷିଣ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ (ପିଏଫ୍‌ଆଇ) ଗତ ଜୁଲାଇ ୨୦୨୨‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଟନା ଗସ୍ତ ସମୟରେ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼୍‌ଯନ୍ତ୍ର କରିଥି‌ଲା। ସେହି ମାମଲାକୁ ନେଇ ଆଜିର ଚଢ଼ଉ କରାଯାଇଥିଲା। ପୁଟ୍ଟୁର, କୁରନାଡ଼କା, ତାରିପଦପୁ ଓ କୁମ୍ବ୍ରା ଗାଁରୁ ଚାରିଜଣ ସନ୍ଦିଗ୍ଧଙ୍କୁ ଏନ୍‌ଆଇଏ ପକ୍ଷରୁ ଗିରଫ କରାଯାଇଥିଲା। ସେମାନେ ହେଉଛନ୍ତି- ମହମ୍ମଦ ହରିସ କୁମ୍ବ୍ରା, ସାଜାଦ ହୁସେନ କୋଡ଼ିମବାଡ଼ି, ଫୈଜଲ ଅହମଦ ତାରିଗୁଡ୍ଡେ ଓ ସାମସୁଦ୍ଦିନ କୁରନାଡ଼କା।

ଗତବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏଫ୍‌ଆଇ ସଦସ୍ୟ ସଫିକ ପାୟେଥ ବିରୋଧରେ ଏହାର ରିମାଣ୍ଡ ନୋଟ୍‌ରେ କହିଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୁଲାଇ ୧୨, ୨୦୨୨ରେ ତାଙ୍କ ପାଟନା ଗସ୍ତ ସମୟରେ ହତ୍ୟା କରିବା ପାଇଁ ପିଏଫ୍‌ଆଇ ଷଡ଼୍‌ଯନ୍ତ୍ର କରିଥିଲା। ପିଏଫ୍‌ଆଇ ଆଉ କେତେକ ଆତଙ୍କବାଦୀ କାର୍ଯ୍ୟକଳାପ ଓ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟ ଇଡି ଦାବି କରିଥିଲା।

ଏନ୍‌ଆଇଏର କହିବା ଅନୁସାରେ, ସେମାନେ କେତେକ ଡକୁମେଣ୍ଟ ଯାଞ୍ଚ କରିବା ପାଇଁ ଏହି ଚଢ଼ଉ କରିଥିଲେ, ଯାହା ସ୍ଥାନୀୟ ପୁଲିସକୁ ତଦନ୍ତ କାର୍ଯ୍ୟରେ ସାହାଯ୍ୟ କରିବ। ସମ୍ପୃକ୍ତ ପିଏଫ୍‌ଆଇ ସଦସ୍ୟମାନେ ଯେଉଁସବୁ ଘର ବା ଡାକ୍ତରଖାନା ଆଦି ସହ ସମ୍ପୃକ୍ତ ଥିଲେ, ସେ ସବୁ ସ୍ଥାନରେ ଏକକାଳୀନ ଚଢ଼ଉ କରି ଯାଞ୍ଚ କରାଯାଇଥିଲା। ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ନିମେନ୍ତ ପିଏଫ୍‌ଆଇ ଉପସାଗରୀୟ ଦେଶଗୁଡ଼ିକରୁ ପାଣ୍ଠି ପାଉଥିବ‌ା ଅଭିଯୋଗ ହୋଇଥିଲା। ଦକ୍ଷିଣ ଭାରତରେ ପିଏଫ୍‌ଆଇର ହାୱଲା ମନି ନେଟ୍‌ୱର୍କ ବନ୍ଦ କରିବା ଚଢ଼ଉର ଅନ୍ୟତମ ଉଦ୍ଦେଶ୍ୟ ଥିଲ‌ା ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ