ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବତନ ସାଂସଦଙ୍କୁ ଖୋଜୁଥିଲେ, ଆମେରିକା ସହିତ ଯୋଗାଯୋଗ କରନ୍ତୁ: ସ୍ମୃତି ଇରାନୀ

ନୂଆଦିଲ୍ଲୀ: କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ‘ନିରୁଦ୍ଦିଷ୍ଟ’ (ନିଖୋଜ) ବୋଲି ପୋଷ୍ଟର୍‌ ସେୟାର୍‌ କରିଥିବା କଂଗ୍ରେସ ଦଳକୁ ପାଲଟା ଜବାବ ଦେଇ ବୁଧବାର ଦିନ ନିଜେ ସ୍ମୃତି ଇରାନୀ କହିଛନ୍ତି ଯେ, ଯଦି ପୂର୍ବତନ ବିଧାୟକଙ୍କୁ (ରାହୁଲ୍‌ ଗାନ୍ଧୀ) ଖୋଜୁଥାଆନ୍ତି ତେବେ, ଆମେରିକା ସହିତ ଯୋଗାଯୋଗ କରନ୍ତୁ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜନ୍ତର ମନ୍ତରରେ  କୁସ୍ତି ଖେଳାଳିମାନେ ପ୍ରତିବାଦ ଚଳାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କୌଣସି ବିବୃତି ନ ଦେବାରୁ କଂଗ୍ରେସ ତାଙ୍କୁ ସମାଲୋଚନା କରି ଟୁଇଟ୍‌ କରିଥିଲା କି, ସେ ‘ନିରୁଦ୍ଦିଷ୍ଟ’ ହୋଇଯାଇଛନ୍ତି।

ଏଥିପାଇଁ କଂଗ୍ରେସକୁ ପାଲଟା ସମାଲୋଚନା କରି ବୁଧବାର ଦିନ ସ୍ମୃତି ଇରାନୀ ଟୁଇଟ୍‌ କରିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କୁ ଖୋଜୁଥିଲେ, କଂଗ୍ରେସ ‘ଆମେରିକା ସହିତ ଯୋଗାଯୋଗ’ କରିପାରନ୍ତି। ଟୁଇଟ୍‌ ପୋଷ୍ଟ୍‌ରେ ସେ ଲେଖିଛନ୍ତି, ହେ, ଦିବ୍ୟ ରାଜନୈତିକ ଜୀବ, ଏବେ ମୁଁ ସିର୍‌ସିରା ଗାଁ, ସାଲୋନ ବିଧାନସଭା, ଆମେଠି ଲୋକସଭାରୁ ଧୁରନପୁର ଆଡ଼କୁ ଯାଉଛି। ଯଦି ପର୍ବତନ ସାଂସଦଙ୍କୁ ଖୋଜୁଥାଆନ୍ତି, ଦୟାକରି ଆମେରିକା ସହିତ ଯୋଗାଯୋଗ କରନ୍ତୁ।

Image Courtesy of Zee News

ସୂଚନାଯୋଗ୍ୟ, ଗାନ୍ଧୀ ପରିବାରର ଅଭେଦ୍ୟ ଦୁର୍ଗ ଆମେଠିରେ ନିର୍ବାଚନ ଲଢ଼ି ସ୍ମୃତି ଇରାନୀ ୨୦୧୯ରେ ରାହୁଲ୍‌ ଗାନ୍ଧୀଙ୍କୁ ପରାସ୍ତ କରିଥିଲେ। କିନ୍ତୁ, ସେତେବେଳେ ରାହୁଲ୍‌ ଆମେଠି ସହିତ କେରଳର ‌ୱାୟନାଡ଼ ଆସନରେ ବି ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ଶେଷରେ ସେ ୱାୟନାଡ଼ ବିଜୟ ହାସଲ କରି ସାଂସଦ ହୋଇଥିଲେ। ମାତ୍ର ରାହୁଲ୍‌ଙ୍କ ନାମରେ ଦାଏର କରାଯାଇଥିବା ମାନହାନି ମାଲାରେ ସୁରତ ଜିଲ୍ଲା ଅଦାଲତ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ଦେବାରୁ ତାଙ୍କୁ ସାଂସଦ ପଦ ହରାଇବାକୁ ପଡ଼ିଲା।

ସମ୍ପ୍ରତି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଏକ ସପ୍ତାହ ପାଇଁ ଆମେରିକା ଗସ୍ତରେ ଅଛନ୍ତି। ଆମେରିକାରେ ରାହୁଲ୍‌ ଦେଉଥିବା ବିବାଦୀୟ ଟିପ୍ପଣି ଭାରତରେ ରାଜନୈତିକ ବିବାଦର କାରଣ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ