ଅପରାଧ ରାଜ୍ୟ

ପିପିଲିରେ ଚାଞ୍ଚଲ୍ୟ: ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ

ପିପିଲି: ପୁଅର ଟାଙ୍ଗିଆ ଚୋଟରେ ଚାଲିଗଲା ବାପାର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗ୍ରାମରେ। ବାପା ହୃଷିକେଶ ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କର ବୟସ ୬୦ ବର୍ଷ ହେବ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ପୁଅ ଜିତୁର ହୃଷିକେଶ ପ୍ରଧାନଙ୍କ ସହ ଝଗଡ଼ା ହୋଇଥିଲା। ଏହାପରେ ପୁଅ ଉତକ୍ଷିପ୍ତ ହୋଇ ଟାଙ୍ଗିଆରେ ବାପାଙ୍କୁ ଆକ୍ରମଣ କରିଥିଲା।  ଘଟଣାସ୍ଥଳରେ ହିଁ ଟାଙ୍ଗିଆ ଚୋଟରେ ଚାଲିଯାଇଥିଲା ବାପା ହୃଷିକେଶ ପ୍ରଧାନଙ୍କର ଜୀବନ। ମଦ ପିଇ ନିଶାରେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ପିପିଲି ଥାନା ପୁଲିସ ସାନକଣ୍ଟି ଗ୍ରାମରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ କରୁଛି। ଖାଲି ସେତିକି ନୁହେଁ, ପୁଅକୁ ବି ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଏହି ଘଟଣା ପିପିଲିରେ ଚାଞ୍ଚଲ୍ୟ ଖେଳାଇଦେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।