ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମସ୍କୋରେ ଡ୍ରୋନ୍ ଆକ୍ରମଣ

ମସ୍କୋ: ରୁଷ୍‌ ରାଜଧାନୀ ମସ୍କୋର ଅନେକ କୋଠା ଉପରେ ଡ୍ରୋନ୍ ଦ୍ବାରା ଆକ୍ରମଣ ହୋଇଛି। କିନ୍ତୁ କେହି ଗୁରୁତର ଆହତ ହୋଇ ନ ଥିବା ବା ବଡ଼ ଧରଣର କ୍ଷତି ହୋଇ ନ ଥିବା ଏବଂ ରୁଷ୍‌ର ଏୟାର ଡିଫେନ୍ସ ସିଷ୍ଟମ୍ ଦ୍ବାରା ଅନେକ ଡ୍ରୋନ୍‌କୁ ଧ୍ବଂସ କରିଦିଆଯାଇଥିବା ମଙ୍ଗଳବାର ରୁଷୀୟ ଅଧିକାରୀମାନଙ୍କ ପକ୍ଷରୁ କୁହାଯାଇଛି। ମସ୍କୋ ଗଭର୍ଣ୍ଣର ଆଣ୍ଡ୍ରେଇ ବୋରୋବିୟୋବ କହିଛନ୍ତି ଯେ ମସ୍କୋ ଆଡକୁ ଆସୁଥିବା ବେଳେ ଅନେକ ଡ୍ରୋନ୍‌କୁ ଧ୍ବଂସ କରିଦିଆଯାଇଛି। ତେବେ ଏହି ଡ୍ରୋନ୍ ଆକ୍ରମଣ କିଏ କରିଛି ତାହା ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଅନୁସାରେ ୪ରୁ ୧୦ଟି ଡ୍ରୋନ୍ ମସ୍କୋ ସହରତଳି ଅଞ୍ଚଳରେ ମାଡ଼ ହୋଇଥିଲା।

ରବିବାର ରୁଷ୍ ପକ୍ଷରୁ ୟୁକ୍ରେନ୍ ରାଜଧାନୀ କିବ୍ ଉପରେ ଘନଘନ ଡ୍ରୋନ୍ ଆକ୍ରମଣ କରାଯାଇଥିବା ବେଳେ ତାହାକୁ ଭ୍ରୂକ୍ଷେପ ନ କରି କିବ୍‌ବାସୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି ଯେ, ତାଙ୍କ ସେନା ରୁଷ୍‌ ପକ୍ଷରୁ ଛଡ଼ାଯାଇଥିବା ଇରାନ-ନିର୍ମିତ ୫୯ଟି ‘କାମିକାଜେ’ ଡ୍ରୋନ୍ ମଧ୍ୟରୁ ୫୮ଟି ଡ୍ରୋନ୍‌କୁ ଖସାଇ ଦେଇଛି। କିବ୍ ପ୍ରତି ଲକ୍ଷ୍ୟ କରି ଛଡ଼ାଯାଇଥିବା ସମସ୍ତ ୩୬ଟି ଡ୍ରୋନ୍‌କୁ ମଧ୍ୟ ଖସାଇ ଦିଆଯାଇଛି ବୋଲି ସେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ