ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜସ୍ଥାନ କନ୍ଦଳର ସମାଧାନ ପାଇଁ ଉଦ୍ୟମ: ଗେହଲଟ, ପାଇଲଟଙ୍କୁ ପୃଥକ୍‌ ଭାବେ ଭେଟିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସ କନ୍ଦଳର ସମାଧାନ ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି। ଗତକାଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। କିନ୍ତୁ ଗତକାଲିର ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଖଡ଼ଗେ ଏବଂ ରାହୁଲ ପ୍ରଥମେ ଗେହଲଟଙ୍କୁ ଭେଟି ୨ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଏହାପରେ ‌ସେମାନେ ପୃଥକ୍‌ ଭାବେ ସଚିନ ପାଇଲଟଙ୍କ ସହ କଥା ହୋଇଥିଲେ।

କିନ୍ତୁ ଏହି ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦର କୌଣସି ସମାଧାନ ହୋଇପାରିନଥିବା ଜଣାପଡ଼ିଛି। ସଚିନ ପାଇଲଟ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟବ୍ୟାପୀ ଆନ୍ଦୋଳନ ପାଇଁ ଧମକ ଦେଇଥିବାବେଳେ ଏହା ପୂର୍ବରୁ ପାର୍ଟି ହାଇକମାଣ୍ଡ ଉଭୟ ଗେହଲଟ ଏବଂ ପାଇଲଟଙ୍କୁ ଭେଟି ବିବାଦର ସମାଧାନ କରିବାପାଇଁ ଚାହିଛନ୍ତି। ଖଡ଼ଗେ କହିଛନ୍ତି ଯେ ଉଭୟ ନେତା (ଗେହଲଟ-ପାଇଲଟ) ସବୁକିଛି ପାର୍ଟି ହାଇ କମାଣ୍ଡଙ୍କ ଉପରେ ଛାଡ଼ି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୮ରେ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବା ପରଠାରୁ ଗେହଲଟ ଏବଂ ପାଇଲଟଙ୍କ ମଧ୍ୟରେ କନ୍ଦଳ ଜାରି ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।