ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରିଟିସ ବିରୋଧରେ ୧୯୫୦ ଦଶକର କେନିଆ ବିପ୍ଳବକୁ ଋଷି ସୁନକଙ୍କ ଜେଜେବାପା ପ୍ରୋତ୍ସାହନ ଦେଇଥିଲେ: ରିପୋର୍ଟ

ଲଣ୍ଡନ: ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଜେଜେବାପା ରାମଦାସ ସୁନକ ୧୯୫୦ ଦଶକରେ କେନିଆର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସଂଗଠିତ ହୋଇ ବ୍ରିଟିସ ବିରୋଧରେ ଲଢ଼େଇ କରିବାକୁ ସାହାଯ୍ୟ କରିଥିଲେ। ବ୍ରିଟିସ ପେ’ରୋଲ୍‌ରେ ଥାଇ ମଧ୍ୟ ସେ କେନିଆର ମଉମଉ ବିପ୍ଳବୀମାନଙ୍କୁ ତାଲିମ ଦେଇ ଗେରିଲା ଯୁଦ୍ଧକୌଶଳ ଶିଖାଇଥିଲେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ରାମଦାସ ସୁନକ କେନିଆରେ ପ୍ରଥମେ ଏକ କିରାଣୀ ଏବଂ ପରେ ଅର୍ଥ ଓ ନ୍ୟାୟ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ଯୁବକ ଅବସ୍ଥାରେ ସେ ଭାରତର ପଞ୍ଜାବରୁ କେନିଆର ନାଇରୋବିକୁ ଯାଇଥିଲେ ଏବଂ ପିଲାଦିନର ସାଙ୍ଗ ମଖନ ସିଂହଙ୍କ ଜରିଆରେ ଦେଶର ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ମଖନ ସିଂହ ମଧ୍ୟ ତାଙ୍କ ସହ ପଞ୍ଜାବରୁ କେନିଆ ଯାଇ ସେଠାରେ ଜଣେ ଖ୍ୟାତାନାମା ଟ୍ରେଡ୍ ୟୁନିୟନିଷ୍ଟ ହୋଇପାରିଥିଲେ।

କେନିଆ ସ୍ବାଧୀନତାରେ ରାମଦାସ ସୁନକଙ୍କ ଭୂମିକା ଥିଲେ ମଧ୍ୟ ସ୍ବାଧୀନତା ପରେ ସେ ଉକ୍ତ ଦେଶରେ ଜାତିଆଣ ଭେଦଭାବର ଶିକାର ହୋଇ ଇଂଲଣ୍ଡ ପଳାଇ ଆସିଥିଲେ। ପରେ ସେ ସାଉଥାମ୍ପଟନଠାରେ ସ୍ଥାୟୀ ଭାବେ ବସବାସ କରିବା ସହ ସେଠାରେ ବୈଦିକ ସମାଜ ହିନ୍ଦୁ ମନ୍ଦିର ପ୍ରତିଷ୍ଠାରେ ସାହାଯ୍ୟ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।