ରାଜ୍ୟ ସ୍ପେଶାଲ ରିପୋର୍ଟ

ଫନିରେ ମାଟିରେ ମିଶିଛି ଘର: ୪ବର୍ଷ ହେଲା ପାଇଖାନାରେ ବିତୁଛି ଜୀବନ

ପିପିଲି : ୪ବର୍ଷ ହେବ ପାଇଖାନାରେ ପରିବାରର ଜୀବନ ବିତୁଛି। ଫନି ବାତ୍ୟାରେ ବାସଗୃହ ଖଣ୍ଡିକ ମାଟିରେ ମିଶିଯାଇଥିଲା। ହେଲେ ଅଦ୍ୟାବଧି ଆବାସ ସହାୟତା ମିଳିଲାନି। ସେବେଠାରୁ ନିଜର ବଡ଼ଭାଇ ତିଆରି କରିଥିବା ପାଇଖାନାରେ କାଳାତିପାତ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ପିପିଲିର ରୂପଦେଇପୁର ପଞ୍ଚାୟତ ଅନ୍ତର୍ଗତ ଭାର୍ଗବୀ ନଦୀର ଅପରପାର୍ଶ୍ବ ନାହାମଙ୍ଗପାଟଣା ଗାଁ ଶବର ସାହିରେ।

ସାହିର ପ୍ରଶାନ୍ତ ପାତ୍ର, ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା, ୪ବର୍ଷର ଶିଶୁକନ୍ୟା ଓ ୩ମାସର ଶିଶୁପୁତ୍ରଙ୍କ ଆଶ୍ରୟସ୍ଥଳ ପାଲଟିଛି ଏହି ପାଇଖାନା। ସେଇଠି ରୋଷେଇ, ଖାଇବା ଓ ବିଶ୍ରାମ ନେଇ କୋମଳମତି ଶିଶୁ ଦୁଇଟିର ଯତ୍ନନେବା ସହ ତାର ଭବିଷ୍ୟତ ଚିନ୍ତା କରୁଛନ୍ତି ବାପା, ମାଆ। ଫନି ବାତ୍ୟାରେ ଘର ମାଟିରେ ମିଶିଯିବା ପରେ ବାରମ୍ବାର ପ୍ରଶାସନିକ ତଦନ୍ତ ହୋଇଛି, କିନ୍ତୁ ଫଳ ଶୂନ। ବାଧ୍ୟ ହୋଇ ଭାଗ୍ୟକୁ ଆଦରି ସରକାରୀ ସହାୟତା ଅପେକ୍ଷାରେ ପାଇଖାନା ଘରେ ଆଶ୍ରୟ ନେଇଛନ୍ତି ପ୍ରଶାନ୍ତଙ୍କ ପରିବାର। ସରକାରୀ ସୁବିଧା ତାଙ୍କ ପାଇଁ ସାତସପନ ବୋଲି ଲକ୍ଷ୍ମୀପ୍ରିୟା କହିଛନ୍ତି। ରାସ୍ତା ପାର୍ଶ୍ବରେ ପରିବା ବିକି ପ୍ରଶାନ୍ତ ପରିବାର ଚଳାଉଛନ୍ତି। ଏ ନେଇ ପୂର୍ବରୁ ମଧ୍ୟ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏ ସମ୍ବନ୍ଧରେ ବର୍ଷେ ତଳେ ବିଡିଓ ରଶ୍ମିତା ନାଥଙ୍କୁ ପଚରାଯିବାରେ ତଦନ୍ତ କରାଯିବ ଓ ଯଦି ସେ ଆବାସ ପାଇବାର ଯୋଗ୍ୟ ଥିବେ ତେବେ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ତେବେ ଇତିମଧ୍ୟରେ ବର୍ଷେ ବିତି ଯାଇଥିଲେ ମଧ୍ୟ ତଦନ୍ତ ହେଉନି କି ସରକାରୀ ସୁବିଧା ମିଳୁନି ବୋଲି ଲକ୍ଷ୍ମୀପ୍ରିୟା ଦୁଃଖର ସହ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।