ରାଜ୍ୟ ସ୍ପେଶାଲ ରିପୋର୍ଟ

୯୫ର ରାଜ୍‌ : ଶାସ୍ତ୍ରାନୁମୋଦିତ ଦିନଚର୍ଯ୍ୟା ରଖିଛି ସୁସ୍ଥ, ଡାକ୍ତରଖାନା ମାଟି ମାଡ଼ିନାହାନ୍ତି

ନିମାପଡ଼ା : ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ ସେ ଅତିକ୍ରମ କରିଛନ୍ତି ୧୦୦ଟି ବସନ୍ତ। ଦେହ ଖରାପ ହୋଇଛି, କିନ୍ତୁ କେବେ ଡାକ୍ତରଖାନା ମାଟି ମାଡ଼ିନାହାନ୍ତି। ପୁରୋହିତ କାର୍ଯ୍ୟ ପାଇଁ ଜୀବନସାରା ତାଙ୍କୁ ଘରଘର ବୁଲିବାକୁ ପଡ଼ିଛି। ମାଇଲ ମାଇଲ ବାଟ ଚାଲିଛନ୍ତି, କିନ୍ତୁ କେ‌ବେ ବି ତାଙ୍କ ପାଦ ଚପଲ ଛୁଇଁନାହିଁ। ଜୀବନକୁ ଠିକଣା ଢଙ୍ଗରେ ଜିଇଁ ବୟସ ଖେଳରେ ଶତକ ଛୁଇଁଥିବା ସେଇ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ଅନ୍ତର୍ଗତ ବାହରଣା ପଞ୍ଚାୟତ ଓଡ଼ଗୁଆଁ ମୌଜା ବାଇଦିପଡ଼ାର ରଘୁନାଥ ମିଶ୍ର।

ରଘୁନାଥଙ୍କ ବିଶେଷତ୍ବ ହେଉଛି, ଶହେ ବର୍ଷ ପରେ ବି ସେ ଶଯ୍ୟାକୁ ଆଦରି ନେଇନାହାନ୍ତି ବରଂ ଏବେ ବି କର୍ମଚଞ୍ଚଳ ରହିଛନ୍ତି। ଜୀବନ ନିର୍ବାହ ପାଇଁ କାହା ଉପରେ ନିର୍ଭର ନକରି ଏବେ ବି ପୁରୋହିତ କାର୍ଯ୍ୟ ଜାରି ରଖିଛନ୍ତି। ପୁରୁଣା ପୁରୋହିତ ହୋଇଥିବାରୁ ତାଙ୍କର ଚାହିଦା ଢେର୍‌। ପୁରୋହିତ କାର୍ଯ୍ୟ ପାଇଁ ସେ କାହାକୁ କେବେ ବୟସ କିମ୍ବା ସ୍ବାସ୍ଥ୍ୟର ଦ୍ବାହି ଦେଇ ମନା କରିନାହାନ୍ତି କି ନିରାଶ କରିନାହାନ୍ତି। ବରଂ ଡକରା ଆସିଲେ, ଛତାଟିଏ ଧରି ସେ ଯାଇ ଯଥାସାଧ୍ୟ ନିଜ ପୁରୋହିତ କାର୍ଯ୍ୟ ସମ୍ପାଦନ କରନ୍ତି। ଖରା ହେଉ କି ବର୍ଷା, ସେ ଏଥିପ୍ରତି ଭ୍ରୂକ୍ଷେପ କରି କେବେ ନିଜର କର୍ମରୁ ବିରତି ନେଇ ନାହାନ୍ତି କି ବାହାନା କରିନାହାନ୍ତି।

ରଘୁନାଥଙ୍କ କହିବା ମୁତାବକ, ସେ ଏବେ ବି ଶାସ୍ତ୍ରମତେ ନିଜର ଦିନଚର୍ଯ୍ୟା ସମ୍ପାଦନ କରନ୍ତି। ବ୍ରାହ୍ମ ମୁହୂର୍ତ୍ତରୁ ଅର୍ଥାତ ଭୋର୍‌ ୪ଟା ପୂର୍ବରୁ ବିଛଣା ଛାଡ଼ନ୍ତି। ନିତ୍ୟକର୍ମ ସାରି ଗୋଟିଏ କପ ଚା’ ପିଇଦେଇ ପୂଜାପାଠ କରନ୍ତି। ଖାଦ୍ୟପେୟ ଓ ଶୋଇବାରେ ସମୟାନୁବର୍ତ୍ତିତାକୁ ଜୀବନର ବ୍ରତ କରିନେଇଛନ୍ତି। ନୈଷ୍ଠିକ ବ୍ରାହ୍ମଣ ହୋଇଥିବାରୁ କେବେ ଆମିଷ ସେବନ କରିନାହାନ୍ତି। କିନ୍ତୁ ଖାଦ୍ୟପେୟର ସମୟ ନିର୍ଦ୍ଧାରିତ। ରାତି ଭୋଜନ ସାରି ୯ଟାରେ ବିଛଣାକୁ ଯାଆନ୍ତି। ଆଜିଯାଏ କୌଣସି ମାରାତ୍ମକ ରୋଗ ତାଙ୍କୁ ଛୁଇଁନାହିଁ। ଯଦି ବି କେବେ ସାଧାରଣ ରୋଗ ହୁଏ, ସେ ବହିରୁ ସାଉଁଟିଥିବା ଜ୍ଞାନ ଆଧାରରେ ଚେରମୂଳି ବାଟି ଗୁଣ୍ଡକରି ସେବନ କରି ରୋଗ ଦୂର କରିଦିଅନ୍ତି। ଏଯାଏ ସେ କର୍ମତତ୍ପର ରହିଛନ୍ତି। ରଘୁନାଥଙ୍କ ସହଧର୍ମିଣୀଙ୍କୁ ମଧ୍ୟ ୯୧ ବର୍ଷ ଅତିକ୍ରମ କରିଛନ୍ତି। ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ତାଙ୍କ ବୟସ ଉପରେ ଏତେ ଭରସା ଯେ, କଥା ଛଳରେ କୁହନ୍ତି ମୁଁ ମୋ ଅଣନାତିର ବ୍ରତଘର କାର୍ଯ୍ୟ ବି ସମାପନ କରିବି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।