ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଟିଆରେ ଆନ୍ଧ୍ର ଲୋକସତ୍ତା ପାର୍ଟି: ସରକାରଙ୍କ ପରେ ଏବେ ଦଳ

କୋରାପୁଟ/ପଟାଙ୍ଗି : କୋଟିଆ ଅକ୍ତିଆର ପାଇଁ କେବଳ ଆନ୍ଧ୍ରର ଶାସକ ଦଳ କିମ୍ବା ପ୍ରଶାସନ ନୁହଁ, ଏବେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ତତ୍ପର ହେଲେଣି। କୌଣସି ପରିସ୍ଥିତିରେ ବି ଓଡ଼ିଶା ହାତରୁ କୋଟିଆକୁ ଛଡ଼ାଇ ନେବାକୁ ମସୁଧା ଚାଲିଥିବା ବେଳେ ମଇଦାନକୁ ଓହ୍ଲାଇଛି ଆନ୍ଧ୍ରପ୍ରଦେଶ ଲୋକସତ୍ତା ପାର୍ଟି।

ଦଳର ସଭାପତି ବିସେଟି ବାବ୍‌ଜି ସୋମବାର ଦିନ ଅନୁପ୍ରବେଶ କରିବା ସହିତ ଧୂଳିପଦର, ଉପରସେମ୍ବୀ, ତଳସେମ୍ବୀ, କୁମ୍ଭିତୋଟା ଏବଂ ପାନୁକୁବାଲସା ଆଦି ଗାଁରେ ଲୋକଙ୍କୁ ଭେଟିଥିଲେ। ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ବିରୋଧରେ ଟିପ୍ପଣୀ ଦେଇଥିଲେ। ଏଥିସହିତ, ଗ୍ରାମବାସୀଙ୍କଠାରୁ ଧଳା କାଗଜରେ ଦସ୍ତଖତ ତଥା ଟିପଚିହ୍ନ ସଂଗ୍ରହ କରିଛନ୍ତି। ସେହି କାଗଜରେ କ’ଣ ଉଲ୍ଲେଖ କରିବେ ଆଦୌ କହିନଥିଲେ। କିନ୍ତୁ, ଏହାକୁ ଦସ୍ତାବିଜ୍‌ ଭାବେ ବ୍ୟବହାର କରିବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

ସ୍ଥାନୀୟ ଅଞ୍ଚଳର ଜଣେ ବୁଦ୍ଧିଜୀବୀଙ୍କ କହିବାନୁସାରେ, ‘ ପୂର୍ବରୁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଆନ୍ଧ୍ର ଏଜେଣ୍ଟ ମଧ୍ୟ କୋଟିଆବାସୀଙ୍କ ଠାରୁ ଧଳା କାଗଜରେ ଦସ୍ତଖତ ସଂଗ୍ରହ କରିଥିଲେ। ପରବର୍ତ୍ତୀ ସମୟରେ ସେହି କାଗଜରେ କୋଟିଆବାସୀ ଆନ୍ଧ୍ରରେ ମିଶିବାକୁ ଚାହୁଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଯାହାକୁ ସୁପ୍ରିମକୋର୍ଟରେ ପ୍ରମାଣ ଭାବେ ଆନ୍ଧ୍ର ଓକିଲ ଦାଖଲ କରିଥିଲେ।’

ଅନ୍ୟପକ୍ଷରେ, ଓଡ଼ିଶା ପକ୍ଷରୁ ଚାଲିଥିବା ବିକାଶକୁ ଦେଖିବା ପରେ ଲୋକସତ୍ତା ପାର୍ଟି ସଭାପତି ଏକପ୍ରକାର ବିଚଳିତ ହୋଇଥିବା ତାଙ୍କ ହାବଭାବରୁ ସ୍ପଷ୍ଟ ବୁଝା ପଡ଼ୁଥିଲା। ଏଥିନେଇ ସେ ଉଚିତ୍‌ ପଦକ୍ଷେପ ନେବାକୁ ଆନ୍ଧ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। ନଚେତ୍‌ କୋଟିଆ ଓଡ଼ିଶା ହାତକୁ ଚାଲିଯିବ ବୋଲି ସତର୍କ ବି କରାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।