ରାଜ୍ୟ

ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

ପିପିଲି : ଡକାଡକି ହୋଇ ଆରପାରିକି ଚାଲିଗଲେ ସ୍ବାମୀ, ସ୍ତ୍ରୀ। ସ୍ବାମୀଙ୍କ ମୃତ୍ୟୁର ପ୍ରାୟ ୧ ଘଣ୍ଟା ମଧ୍ୟରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଲା। ଗୋଟିଏ ଜୁଇରେ ଜଳିଲା ଦମ୍ପତିଙ୍କ ମରଶରୀର। ଘଟଣାଟି ଘଟିଛି ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ରଥପୁରୁଷୋତ୍ତମପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁରେ।

ମୃତ ଦମ୍ପତି ହେଲେ, ଗାଁର ବରିଷ୍ଠ ପୂଜକ ଭଗବାନ ପଣ୍ତା(୭୨) ଓ ପତ୍ନୀ ନେତ୍ରମଣି(୬୨)। ଗତ କିଛିଦିନ ହେବ ଅସୁସ୍ଥ ଥିଲେ ଭଗବାନ। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲେ। ଆଜି ସକାଳ ପ୍ରାୟ ୭ଟା ବେଳେ ହଠାତ୍‌ ତାଙ୍କର ପରଲୋକ ଘଟିଥିଲା। ପରିବାର ଲୋକେ ତାଙ୍କର ଅନ୍ତ୍ୟେଷ୍ଟି କର୍ମ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଭଗବାନଙ୍କ ପତ୍ନୀ ନେତ୍ରମଣି(୬୨) ସଂଜ୍ଞାହୀନ ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ସ୍ଥାନୀୟ ସାତଶଙ୍ଖ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ନେତ୍ରମଣିଙ୍କୁ ମୃତ ଘୋଷଣା କଲେ।

ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା। ପରିବାର, ଆତ୍ମୀୟସ୍ବଜନ ଦମ୍ପତିଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ଗାଁ ଶ୍ମଶାନକୁ ନେଇଥିଲେ। ସେଠାରେ ଗୋଟିଏ ଜୁଇରେ ଏହି ବିରଳ ଦମ୍ପତିଙ୍କ ମରଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କର ତିନିପୁଅଙ୍କ ମଧ୍ୟରୁ ବଡ଼ପୁଅ ହରେକୃଷ୍ଣ ମୁଖାଗ୍ନି ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।