ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରାଉନ୍‌ସୁଗାର ବେପାରରେ ବାପ-ପୁଅ

ଜଗତସିଂହପୁର ଟାଉନ୍ : ବାପା, ପୁଅ ଏକାସାଙ୍ଗରେ ଅପରାଧ ରାସ୍ତାରେ। ରାତାରାତି ଲକ୍ଷପତି କରି ଦେଉଥିବା ଧଳାଜହର ବେପାର ମଙ୍ଗ ଧରିଛନ୍ତି ବାପା, ପୁଅ। ଆଜି ବିପୁଳ ପରିମାଣର ବ୍ରାଉନ୍‌ସୁଗାର ନେଇ ବିକ୍ରି କରିବା ପାଇଁ ଜଗତସିଂହପୁରକୁ ଆସୁଥିବା ବେଳେ ପୁଲିସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ବାପା, ପୁଅ ଯୋଡ଼ି। ଏମାନଙ୍କ ବାଦ୍ ଜଗତସିଂହପୁର ଅଞ୍ଚଳର ବେପାରୀକୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ୩୨୧ ଗ୍ରାମ୍‌ ବ୍ରାଉନ୍‌ସୁଗାର, ନଗଦ ୯୭ ହଜାର ଟଙ୍କା ଓ ଏକ ୟାମାହା ବାଇକ୍ (ଓଡି-୦୫ବିଏଲ୍-୪୯୩୩) ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ପ୍ରାୟ ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ହେଲେ ନିଆଳି ଥାନା ପତ୍ରକଣା ଅଞ୍ଚଳର ଦେବେନ୍ଦ୍ର ସାହୁ ଓରଫ୍ ଦେବୁଲି, ତାଙ୍କ ପୁଅ ସଞ୍ଜିତ ସାହୁ ଓରଫ୍ ରିଣ୍ଟୁ ଓ ଅନ୍ୟ ଜଣେ ହେଲେ ଜଗତସିଂହପୁର ଆଳିପିଙ୍ଗଳ ଅଞ୍ଚଳର ସୌମ୍ୟରଞ୍ଜନ ଭୋଇ ଓରଫ୍ ସାମୁନା।

ପୁଲିସ ସୂଚନା ଅନୁସାରେ, ଗତକାଲି ରାତିରେ ଦେବେନ୍ଦ୍ର ଓ ତା ପୁଅ ସଞ୍ଜିତ ବାଇକ୍‌ରେ ବ୍ରାଉନ୍‌ସୁଗାର ଧରି ନିଆଳି ପଟୁ ଆଳିପିଙ୍ଗଳ ଆସୁଥିଲେ। ସେଠାରେ ସୌମ୍ୟରଞ୍ଜନକୁ ବ୍ରାଉନ୍‌ସୁଗାର ବିକ୍ରି କରି ଫେରି ଯାଇଥାନ୍ତେ। ଖବର ପାଇ ଜଗତସିଂହପୁର ଥାନା ସବ୍ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ଭୋଳ ଓ ତାଙ୍କ ଟିମ୍ ଆଳିପିଙ୍ଗଳ ପାଖରେ ଜଗି ରହିଥିଲେ। ସଞ୍ଜିତ ବାଇକ୍‌ ଚଳାଉଥିବା ବେଳେ ବାପା ଦେବେନ୍ଦ୍ର ପଛ​ରେ ବସିଥିଲା। ପୁଲିସକୁ ଦେଖି ମଧ୍ୟ ସନ୍ଦେହ ନ ହେବା ଲାଗି ସାଧାରଣ ଲୋକଙ୍କ ଭଳି ବାଇକ୍‌ରେ ଆସିଥିଲେ। ରାସ୍ତା ‘ବ୍ଲକିଂ କରି ଯାଞ୍ଚ କରୁଥିବା ପୁଲିସ୍‌ ସେମାନଙ୍କୁ କାବୁ କରିଥିଲା। ଯାଞ୍ଚ ବେଳେ ଦେବେନ୍ଦ୍ରର ପ୍ୟାଣ୍ଟ ପକେଟ୍‌ରୁ ବ୍ରାଉନ୍‌ସୁଗାର ମିଳିଥିଲା। ନିକଟରେ ଥିବା ସୌମ୍ୟରଞ୍ଜନ ମଧ୍ୟ ଧରା ପଡ଼ିଥିଲା। ପାଖରେ ୯୭ ହଜାର ଟଙ୍କା ଥିବାରୁ ବାଟରେ ମଧ୍ୟ ପ୍ରାୟ ବ୍ରାଉନ୍‌ସୁଗାର ବିକ୍ରି କରିଥିବା ସନ୍ଦେହ କରାଯାଉଛି। ଜଗତସିଂହପୁରରେ ବ୍ରାଉନ୍‌ସୁଗାର ବିକ୍ରି କରିଥାନ୍ତେ। ବ୍ରାଉନ୍‌ସୁଗାର ବିକ୍ରି ଟଙ୍କା ଧରି ବାଲେଶ୍ବର ଜଳେଶ୍ବରରୁ ପୁଣି ଧଳାଜହର କିଣି ଫେରିଥାନ୍ତେ ବୋଲି କୁହାଯାଉଛି।

ଜଗତସିଂହପୁରକୁ ବ୍ରାଉନ୍‌ସୁଗାର କାରବାରର ନୂଆ ରୁଟ୍ ପାଲଟିଛି ଅଡ଼ଶପୁର। ଭୁବନେଶ୍ବରରୁ କୋଟି କୋଟି ଟଙ୍କାର ଧଳାଜହର ଅଡ଼ଶପୁର ଦେଇ ଏବେ ଧୋୟା ଅଞ୍ଚଳକୁ ଆସୁଛି। ସେଠାରୁ ବେପାରୀମାନେ ଜଗତସିଂହପୁର ଜିଲ୍ଲାର ବିରିଡ଼ି, ବାଇଶିମୌଜା, ଜଗତସିଂହପୁର, ବାଲିକୁଦା, ନାଉଗାଁ, କଟକ ଜିଲ୍ଲାର କନ୍ଦରପୁର ପର୍ଯ୍ୟନ୍ତ ଯାଇ ବେପାର କରୁଛନ୍ତି। ଆଳିପିଙ୍ଗଳ ଦେଇ ପ୍ରତିଦିନ କୋଟି କୋଟି ଟଙ୍କାର ବ୍ରାଉନ୍‌ସୁଗାର ଚାଲାଣ ହେଉଛି। ଦୁଇଟି ପୁଲିସ ଜିଲ୍ଲାର ସୀମାରେଖା ଅଞ୍ଚଳ ହୋଇଥିବାରୁ ଧଳାଜହର ବେପାରୀମାନେ ଏହାର ଫାଇଦା ଉଠାଉଛନ୍ତି। ଏହି ନୂଆ ରୁଟ୍ ଉଭୟ ପୁଲିସ ଓ ଅବକାରୀ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ଦୁଇ ଜିଲ୍ଲା ପୁଲିସ ମିଳିତ ଭାବେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ଚଢ଼ଉ କଲେ ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।