ରାଜ୍ୟ ସ୍ପେଶାଲ ରିପୋର୍ଟ

ଆବାସ୍‌ ଘର କେବେ ମିଳିବ ତାରିଖ ଘୋଷଣା କର: ବିଜେପି

ଭୁବନେଶ୍ୱର : କେନ୍ଦ୍ର ସରକାର ୩୪ ହଜାର ୬୩ କୋଟି ଟଙ୍କା ପିଏମ୍ ଆବାସ ପାଇଁ ସହାୟତା ଦେବା ସତ୍ତ୍ବେ ଓଡ଼ିଶାବାସୀ ଘର ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୧୯ ମସିହାରୁ ଆବାସ ଘର ପାଇଁ ବାସହୀନ ଯୋଗ୍ୟ ହିତାଧିକାରୀମାନେ ଅପେକ୍ଷା କରି ବସିଛନ୍ତି, ହେଲେ ବିଜେଡି ସରକାରର ଅପାରଗତା କାରଣରୁ ଏହା ଲକ୍ଷଲକ୍ଷ ଲୋକଙ୍କ ସ୍ବପ୍ନ ପାଲଟିଯାଇଛି। ରାଜ୍ୟ ସରକାର କେବେ ଯୋଗ୍ୟ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ? କେବେ ସମସ୍ତଙ୍କୁ ଘର ଆବଣ୍ଟନ ହେବ ତୁରନ୍ତ ତାରିଖ ଘୋଷଣା କରନ୍ତୁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ଗୁରୁବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ପକ୍କା ଘର ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ ଥିଲା ୨୬ଲକ୍ଷ ୯୫ ହଜାର। କେନ୍ଦ୍ର ସରକାର ଆଜି ତାରିଖ ସୁଦ୍ଧା ୨୬ଲକ୍ଷ ୫୧ହଜାର ଘର ମଞ୍ଜୁରି ଦେଇଛନ୍ତି। ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୭ଲକ୍ଷ ୧୪ହଜାର ଘର ସମ୍ପୂର୍ଣ୍ଣ ହୋଇଛି, କିଛି ମାସ ତଳେ ମିଳିଥିବା ୯ଲକ୍ଷ ୫୯ହଜାର ୫୦୦ ଘର ପାଇଁ ଆଜି ପର୍ଯ୍ୟନ୍ତ ତାଲିକା ପ୍ରସ୍ତୁତ ହୋଇପାରିଲାନି। ଏପରିକି ଜୁନ୍, ୨୦୨୩ ସୁଦ୍ଧା ପକ୍କା ଘର ନିର୍ମାଣ ପାଇଁ ଆଦେଶ ପତ୍ର ଦେବାକୁ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଥିଲା। କିନ୍ତୁ ମେ’ ମାସ ସରିବାକୁ ବସିଥିବାବେଳେ ରାଜ୍ୟ ସରକାରଙ୍କର ଏନେଇ ତତ୍ପରତା ନାହିଁ।

ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ଯେ, କେବେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇବ? ପ୍ରକାଶ ପାଇବାକୁ ଥିବା ତାଲିକାରେ ସମସ୍ତ ଅଯୋଗ୍ୟଙ୍କୁ ବାଦ୍‌ ଦିଆଯିବ ତ? କେବେ ତାଲିକା ସାର୍ବଜନୀନ ହେବ?ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ କେବେ ତାଲିକାରେ ଅନ୍ତର୍ଭୁକ୍ତ କରିବେ?

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।