ରାଜ୍ୟ ସ୍ପେଶାଲ ରିପୋର୍ଟ

ପାଉଁଶ ହୋଇଗଲା ଦେବୀଘାଟ କଫି ବଗିଚା: ପୋଡ଼ିଗଲା ନା ପୋଡ଼ି ଦିଆଗଲା?

କୋରାପୁଟ : କୋରାପୁଟ ବ୍ଲକ୍‌ ଦେବୀଘାଟ ପଞ୍ଚାୟତ ଅନ୍ତର୍ଗତ କଫି ବଗିଚାର ଏକ ତୃତୀୟାଂଶ ପୋଡ଼ି ପାଉଁଶ ହୋଇଯାଇଛି। କିନ୍ତୁ, ଯେଉଁଭଳି ଭାବେ ଏହି ପୁରୁଣା କଫି ବଗିଚା ପୋଡ଼ିଛି ତାହାକୁ ଦେଖିଲେ ଆପେଆପେ ସନ୍ଦେହ ବଢ଼ୁଛି। ସେହିପରି ବଗିଚା ଆଖପାଖରେ ରହୁଥିବା ଗାଁର ଲୋକ ଗୋଟିଏ କଥା କହୁଥିବା ବେଳେ କଫି ଉନ୍ନୟନ ବୋର୍ଡ ଭିନ୍ନ କଥା କହୁଛି। ତେଣୁ ସ୍ବାଭାବିକ ପ୍ରଶ୍ନ ଉଠୁଛି ବଗିଚା ପୋଡ଼ିଗଲା ନା ପୋଡ଼ି ଦିଆଗଲା?

୨୦୦୨ ମସିହାରୁ କ୍ରମାଗତ ଭାବେ କଦମଗୁଡା ଘାଟଠାରୁ ସଲମନଗୁଡା ରାସ୍ତାପାର୍ଶ୍ବ ପାହାଡ଼ ଏବଂ ଖାଲି ସ୍ଥାନରେ କଫି ଚାରାରୋପଣ କରାଯାଉଛି। ସମୟକ୍ରମେ ଚାରାରୋପଣ ବଢ଼ି ଚାଲିଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ୧୦୦ ହେକ୍ଟର ଜମିରେ ଚାରାରୋପଣ ହୋଇସାରିଛି। ଆଉ ମାସକ ପରେ ଏହି ଜମିରୁ ଉତ୍କୃଷ୍ଟ ମାନରୁ ଫଳ ସଂଗ୍ରହ ହୋଇଥା’ନ୍ତା। କିନ୍ତୁ, ଏହାପୂର୍ବରୁ ହିଁ ବଗିଚାରେ ନିଆଁ ଲାଗି ପ୍ରାୟ ୩୩ହେକ୍ଟର ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରାଥମିକ ଆକଳନରୁ ପ୍ରାୟ ୭୨ହଜାର ଚାରା ନଷ୍ଟ ହୋଇଥିବା ଜଣାପଡ଼ିଛି। ବ୍ୟାପକ କ୍ଷୟକ୍ଷତି ପରେ ବର୍ତ୍ତମାନ ବାଡ଼ ବୁଲାଇ ସେହି ସ୍ଥାନରେ ନୂଆ ଚାରାରୋପଣ କରାଯାଉଛି।

ସାଧାରଣତଃ କଫି ଗଛ ୫ରୁ ୭ବର୍ଷ ପରେ ଫଳ ଉତ୍ପାଦନ କରେ। ଏହି ଅଞ୍ଚଳରେ ୨୦ବର୍ଷ ପୁରୁଣା ଗଛ ରହିଥିବାରୁ ବଡ଼ଧରଣର କ୍ଷତି ହୋଇଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। କଫି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଡ଼ି ଯାଇଥିବା ବଗିଚାରେ ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା ବୋଲି କୁହାଯାଉଛି। ସେହିପରି ଲକ୍ଷାଧିକ ଟଙ୍କା ଅନ୍ୟାନ୍ୟ ଖର୍ଚ୍ଚ ହୋଇଥିବା ମଧ୍ୟ ସୂଚନା ମିଳିଛି। ଏଭଳି କ୍ଷୟକ୍ଷତିର ଭରଣା ଏତେଶୀଘ୍ର ହେବା ମଧ୍ୟ ଅସମ୍ଭବ।

ଅନ୍ୟପକ୍ଷରେ, କ୍ଷୟକ୍ଷତି ଏବଂ ନିଆଁ ଲାଗିବା ପଛରେ ଭିନ୍ନ ଭିନ୍ନ ମତପ୍ରକାଶ ପାଇଛି। ନିକଟସ୍ଥ ଗାଁର ଜିତେନ ବଡନାୟକଙ୍କ କହିବା ହେଲା, ପ୍ରାୟ ୩୩ ହେକ୍ଟରରୁ ଅଧିକ କଫି ଗଛ ପୋଡ଼ି ନଷ୍ଟ ହୋଇଯାଇଛି। ବର୍ତ୍ତମାନ ପୁଣି ସେହି ସ୍ଥାନରେ ଚାରାରୋପଣ ଚାଲିଛି। ୨୦ବର୍ଷ ପୁରୁଣା ଗଛକୁ ବଞ୍ଚାଇ ପାରିଲେନି, ସେହି ସ୍ଥାନରେ ପୁଣି ଚାରା ଲଗାଯାଉଛି। ହୁଏତ ପୁଣିଥରେ ନଷ୍ଟ କରିବାକୁ ଏହି ଯୋଜନା ଚାଲିଛି।

କଫି ‌ବୋର୍ଡ ଉପନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି, ମାର୍ଚ୍ଚ ଶେଷ ସପ୍ତାହ ତଥା ଏପ୍ରିଲ ପ୍ରଥମ ସପ୍ତାହରେ କଦମଗୁଡା-ସଲମନଗୁଡା ରାସ୍ତା କଡ଼ ପାହାଡ଼ରେ କେହି ନିଆଁ ଲଗାଇ ଦେଇଥିଲେ। ତେଣୁ ବଗିଚା ପୋଡ଼ିଯିବାରୁ ପୁନରୁଦ୍ଧାର କାମ ବର୍ତ୍ତମାନ ଚାଲିଛି।
ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ମତ ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।