ରାଜ୍ୟ ସ୍ପେଶାଲ ରିପୋର୍ଟ

ଭିମ୍‌ସାର୍‌ରେ ପୁଣି ରାଗିଂ: ବରିଷ୍ଠଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରଥମ ବର୍ଷ ଛାତ୍ର

ବୁର୍ଲା, : ଭିମ୍‌ସାର୍‌ରେ ପୁଣି ରାଗିଂ ଅଭିଯୋଗ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଛାତ୍ର। ଅଭିଯୋଗ ମିଳିବା ପରେ ଭିମ୍‌ସାର୍ କର୍ତ୍ତୃପକ୍ଷ ମଧ୍ୟ ତତ୍ପରତା ଦେଖାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ରାଜ୍ୟର ମେଡିକାଲମାନଙ୍କୁ ନେଇ ମିଳିତ ବାର୍ଷିକ ଉତ୍ସବ ଆୟୋଜନ ଦାୟିତ୍ବ ଏଥର ଭିମ୍‌ସାର୍‌କୁ ମିଳିଛି। ଏଥିପାଇଁ ଭିମ୍‌ସାର୍‌ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପ୍ରସ୍ତୁତି ଚାଲିଛି। ମଙ୍ଗଳବାର ଦିନ ପ୍ରେକ୍ଷାଳୟରେ ଏଭଳି ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଚତୁର୍ଥ ବର୍ଷର ଜଣେ ଛାତ୍ର ଓ ଶେଷ ବର୍ଷର ଜଣେ ଛାତ୍ର ପ୍ରଥମ ବର୍ଷର ଛାତ୍ରମାନଙ୍କୁ ରାଗିଂ କରିଥିଲେ। ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ବେଶ୍‌ କିଛି ସମୟ ଧରି ସେମାନଙ୍କୁ ମାନସିକ ନିର୍ଯାତନା ଦେଇଥିଲେ।

ପୀଡ଼ିତ ଛାତ୍ରମାନଙ୍କ ଲିଖିତ ଅଭିଯୋଗ ପରେ ଆଜି ଭିମ୍‌ସାର୍‌ର ଆଣ୍ଟି ରାଗିଂ କମିଟିର ଏକ ବୈଠକ ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବିଷୟରେ ଅଧ୍ୟକ୍ଷା ପ୍ରଫେସର ଦୋରାଙ୍କୁ ବାରମ୍ବାର ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ଅପରପକ୍ଷରେ ଏହି ବିଷୟରେ ୱାଡେନ୍ ପ୍ରଫେସର ବ୍ରଜବିହାରୀ ପଣ୍ଡାଙ୍କୁ ପଚାରିବାରୁ ସେ ରାଗିଂ ଅଭିଯୋଗକୁ ସ୍ବୀକାର କରିଥିଲେ। ଅଭିଯୋଗପତ୍ରରେ ଉଲ୍ଲେଖ ଥିବା ଦୁଇ ଛାତ୍ରଙ୍କ ନାମ ଭୁଲ୍‌ ରହିଛି, ଅର୍ଥାତ ଚତୁର୍ଥ ଓ ଶେଷ ବର୍ଷର ଲେଖାଯାଇଥିବା ନାମରେ କୌଣସି ଛାତ୍ର ନଥିବାରୁ ଆଜି ଏହାର କୌଣସି ନିଷ୍କର୍ଷ ବାହାରି ପାରିନଥିଲା। କିନ୍ତୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଏଥିରେ ଯଦି କେହି ସଂପୃକ୍ତ ଥିବାର ଠୋସ୍ ପ୍ରମାଣ ମିଳେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।