ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟସଭା ସାଂସଦଙ୍କ ଗାଡ଼ି ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ପାଟଣାଗଡ଼: ଗାଇସିଲାଟ ମୁଖ୍ୟ ରାସ୍ତାରେ ଥିବା ତମିଆଁ ଛକ ଓ ସୁନାମୁଦି ଛକ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏଥିରେ ରାଜ୍ୟସଭା ସାଂସଦଙ୍କ ଚାରିଚକିଆ ଗାଡି ଏକ ସ୍କୁଟିକୁ ଧକ୍କା ଦେବା ଦ୍ବାରା ସ୍କୁଟି ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

କୌଣସି ଏକ କାମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ନିଜ ଗାଡି (ଓଡି ୦୩ଏକ୍ସ ୪୬୧୩) ଯୋଗେ ବାହାରିଥିଲେ। ସେ ପାଟଣାଗଡ଼-ଗାଇସିଲାଟ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ ତମିଆଁ ଛକ ଓ ସୁନାମୁଦି ଛକ ନିକଟରେ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ସ୍କୁଟିକୁ( ଓଡି ୦୩ ଡି ୭୬୦୯) ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଜଣକ ଛିଟିକି ହୋଇ ପଡିଥିଲେ। ଯାହାଦ୍ବାରା ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ଏବେ ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ମୃତଦେହକୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିବା ଜଣାପଡିଛି। ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ବାଳ(୩୫)। ବର୍ତ୍ତମାନ ଟଙ୍କଧରଙ୍କ ପରିବାରବର୍ଗ ପହଞ୍ଚି ନ ଥିବା ବେଳେ ସେମାନେ ପହଞ୍ଚିଲେ ଯାଇ ଶରୀର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

ରାଜ୍ୟସଭା ସାଂସଦଙ୍କ ଗାଡ଼ି ସ୍କୁଟିକୁ ଧକ୍କା ଦେବା ପରେ ଦ୍ରୁତ ଗତିରେ ଲରମ୍ଭା ଥାନାକୁ ଯାଇ ଗାଡି ସହ ଗାଡି ଚାଳକ ଆତ୍ମସମର୍ପଣ କରିଥିବା ପୁଲିସ୍‌ ସୂଚନା ଦେଇଛି।

ତେବେ ଘଟଣା ସମୟରେ ସାଂସଦ  ନିରଞ୍ଜନ ବିଶି  ଗାଡ଼ିରେ ନ ଥିଲେ ବୋଲି  ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଗାଁକୁ ଚାଉଳ ଓ ଆମ୍ବ ଆଣିବାକୁ ଗାଡ଼ି ଯାଉଥିଲା ଏବଂ ଏହା ଏକ ଦୁଃଖଦ ଘଟଣା।  କିନ୍ତୁ ଅନେକ ଲୋକ ଗାଡ଼ିରେ ସାଂସଦ ନ ଥିବା କଥାକୁ ଗ୍ରହଣ କରି ପାରୁ ନାହାନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।