ରାଜ୍ୟ

ରଥଖଳା ଚଳଚଞ୍ଚଳ: ଶେଷ ପର୍ଯ୍ୟାୟରେ ୪୨ ଚକ ନିର୍ମାଣ

ପୁରୀ : ରଥ ନିର୍ମାଣ କାର୍ଯ୍ୟକୁ ଆଜି ୨୩ ଦିନ ପୂରିଛି। ବୁଧବାର ଦିନ ତିନି ରଥର ୪୨ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ୪୨ରୁ ୩୮ ଚକ ନିର୍ମାଣ ଶେଷ ହୋଇଥିଲା। ଆଜି ବାକି ୪ ଚକ ନିର୍ମାଣକୁ ମହାରଣା ସେବକମାନେ ଶେଷ ସ୍ପର୍ଶ ଦେଉଛନ୍ତି। ତାଳଧ୍ୱଜ ରଥର ଶେଷ ଦୁଇଟି ଚକର ଅରରେ ପଇ ସଂଯୋଗ ପୂର୍ବକ ପଇରେ କିଳା ବାଡ଼ିଆ ଓ କଳସା କାର୍ଯ୍ୟ ଜାରି ରହିଛି।

ଦର୍ପଦଳନ ରଥ ଓ ନନ୍ଦିଘୋଷ ରଥର ଗୋଟିଏ ଲେଖାଏଁ ଚକ କାମ ଜାରି ରହିଥିବାବେଳେ ଏହାର ଅରରେ ପଇ ପିନ୍ଧା ସରି ପଇ କଳସା କାମ ଜାରି ରହିଛି। ତିନିରଥର ଆବଶ୍ୟକ ସଂଖ୍ୟକ ଅଖ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋଟିଏ ଗୋଟିଏ ପଡି ନାହାକା ଅଖର ଆଁସ ମରା କାର୍ଯ୍ୟ ଜାରି ରହିଛି। ଗୁରୁବାର ସୁଦ୍ଧା ତିନି ରଥର ଅଖ ଓ ଚକ ନିର୍ମାଣ ଶେଷ ହେବ ବୋଲି ସୂଚନା ମିଳିଛି। ବୁଧବାର ସୁଦ୍ଧା ତିନି ରଥର ୧୨ଟି ଲେଖାଏଁ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ସମସ୍ତ ଚଉତାର ଦୁଇ ମୁହଁ କାପ କରାଯାଇଛି। ଆସନ୍ତାକାଲି ଚଉତା କାଠର ଦୁଇ ମୁହଁରେ ବିନ୍ଧ ଅନୁକୂଳ କାର୍ଯ୍ୟ ହେବ। ଆଜି ତିନିରଥର କରତି ସେବକମାନେ ତାଳଧ୍ୱଜ ରଥର ୪୦ ଫୁଟିଆ ପୋଲ ଗୟଳର ଚିରଟ କାର୍ଯ୍ୟ ଶେଷ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।