ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟରେ ୩ ଦିନ ଧରି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ପାରଦ ୪୫ ଡିଗ୍ରି ଡେଇଁ ଯାଇପାରେ

ଭୁବନେଶ୍ବର : ଆସନ୍ତା ୧୫ ତାରିଖରୁ ୧୭ ତାରିଖ, ୩ ଦିନ ଧରି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏବେ ଖରା ଓ ଗୁଳୁଗୁଳିରେ ପୂରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ୧୫ ତାରିଖଠାରୁ କଷ୍ଟ ଆହୁରି ବଢ଼ିବ। କିଛି ଜିଲ୍ଲାରେ ପାରଦ ୪୫ ଡିଗ୍ରି ଡେଇଁ ଯାଇପାରେ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛି। ଏପରି ସ୍ଥିତିରେ ଅଂଶୁଘାତ ମାମଲା ବଢ଼ିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସୋମବାରଠାରୁ ଓଡ଼ିଶା ସମେତ ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶକୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେବ। ଫଳରେ ଏହି ସବୁ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବ କମିବା ସହ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବ। ଖରା, ଗରମ ଓ ଗୁଳୁଗୁଳି ଯୋଗୁଁ ଶରୀରରେ ପାନୀୟ ଜଳ କମିଯିବାର ସମ୍ଭାବନା ଥିବାରୁ ଶୋଷ ନ ଲାଗିଲେ ମଧ୍ୟ ପର୍ଯ୍ୟା‌ପ୍ତ ପରିମାଣର ପାଣି ପିଇବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ସେହିପରି ମଦ୍ୟପାନ, ଚା’, କଫି ଓ ଶର୍କରାଯୁକ୍ତ ମୃଦୁ ପାନୀୟରୁ ଦୂରେଇ ରହିବାକୁ କହିଛି। ଅତି ଆବଶ୍ୟକ ନ ହେଲେ ସିଧାସଳଖ ଖରାକୁ ନ ବାହାରିବାକୁ କୁହାଯାଇଛି।

୧୫ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଫଳରେ ଏହି ସବୁ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିପାରେ। ୧୬ ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ସୋନପୁର, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ। ୧୭ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏଣୁ ୧୫ରୁ ୧୭ ତାରିଖ ୩ ଦିନ ପାଇଁ ରାଜ୍ୟର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଏହି ସମୟରେ ଆଖୁ, ମକା, ଡାଲିଜାତୀୟ ଫସଲ ଓ ଖରାଦିନିଆ ଫସଲ ତଥା ପନିପରିବାରେ ଜଳସେଚନ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି।

ଅପରପକ୍ଷେ, ଶନିବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସୁନ୍ଦରଗଡ଼ଠାରେ ୪୧.୫ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଅନୁଗୁଳରେ ୪୦.୧ ଡିଗ୍ରି, ଟିଟିଲାଗଡ଼ ଓ ବରଗଡ଼ରେ ୪୦ ଡିଗ୍ରି ରହିଥିଲା। ଅନ୍ୟପଟେ ଉପକୂଳରେ ତାପମାତ୍ରା କମ୍‌ ରହିଥିଲେ ସୁଦ୍ଧା ପ୍ରବଳ ଗୁଳୁଗୁଳି ରେକର୍ଡ ତା‌ପମାତ୍ରାଠାରୁ ୧୦ ଡିଗ୍ରି ପର୍ଯ୍ୟନ୍ତ ଅଧିକ ଗରମ ଅନୁଭୂତ କରାଉଛି। ଫଳରେ ପ୍ରବଳ ଗୁଳୁଗୁଳି ଯୋଗୁଁ ଉପକୂଳବାସୀ ସନ୍ତୁଳି ହୋଇପଡ଼ିଲେଣି। ଆଜି (ରବିବାର) ମଧ୍ୟ ରାଜଧାନୀ ଭୁବନେଶ୍ବର ସମେତ ସଂଲଗ୍ନ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମା‌ତ୍ରା ୩୭ ଡିଗ୍ରି ଓ ସର୍ବନିମ୍ନ ତା‌ପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।