ରାଜ୍ୟ

୬୦ ବର୍ଷପରେ ଗାଁକୁ ଫେରିଲେ ଗୋବର୍ଦ୍ଧନ

ମୋହନା : ମାତ୍ର ୧୨ ବର୍ଷ ବୟସରେ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ୬୦ ବର୍ଷ ପରେ ଗାଁକୁ ଫେରିଛନ୍ତି ଗୋବର୍ଦ୍ଧନ ଲୋହରା। ଗୋବର୍ଦ୍ଧନଙ୍କୁ ଏବେ ୭୨ ବର୍ଷ। ହେଲେ ସେ ଗାଁକୁ ଏକା ଫେରିନାହାନ୍ତି । ପତ୍ନୀ, ଝିଅ, ଜ୍ବାଇଁ ଓ ନାତିଙ୍କୁ ସାଙ୍ଗରେ ଧରି ଫେରିଛନ୍ତି।

ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି ଗ୍ରାମ ହରିଜନସାହିର ଗୋବର୍ଦ୍ଧନ। ଆର୍ଥିକ ଅଭାବ କାରଣରୁ ୧୨ ବୟସରେ ସେ ଦାଦନ ଖଟିବାକୁ ଅନ୍ୟ ଗ୍ରାମବାସୀଙ୍କ ସହ ଗାଁ ଛାଡ଼ି ଚାଲି ଯାଇଥିଲେ। ବିଭିନ୍ନ ସ୍ଥାନରେ ଦାଦନ ଖଟିବା ସମୟରେ ବ୍ରହ୍ମପୁରର ଜଣେ ଠିକାଦାର ତାଙ୍କୁ ବ୍ରହ୍ମପୁରରୁ ମଧ୍ୟପ୍ରଦେଶର ହୋସାଙ୍ଗାବାଦ୍‌ ଜିଲ୍ଲାର ବାଣାପୁର ଅଞ୍ଚଳକୁ ନେଇ ଯାଇଥିଲେ। ସେଠାରେ ଗ୍ରାମର ଅନ୍ୟମାନଙ୍କ ସହ ରହି ଦାଦନ ଶ୍ରମିକ ଭାବେ ଖଟୁଥିଲେ।ଠିକ୍‌ ଭାବେ ପାଉଣା ନମିଳିବାରୁ ସମସ୍ତେ ସେଠାରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରିବାକୁ ମନସ୍ଥ କରି ପଳାଇ ଆସିଥିଲେ। କିନ୍ତୁ, ପାଖରେ ପଇସା ନଥିବାରୁ ବିନା ଟିକେଟରେ ଆସୁଥିବା ଗୋବର୍ଦ୍ଧନ ଟିଟିଇ ଦ୍ବାରା ଧରାପଡ଼ି ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ବିନା ଟିକେଟ୍‌ରେ ଆସୁଥିବା ଗୋବର୍ଦ୍ଧନଙ୍କୁ ଟିଟିଆଇ ନାଗପୁର ଷ୍ଟେସନ୍‌ରେ ଓହ୍ଲାଇ ଦେଇଥିଲେ। ନାଗପୁର ଷ୍ଟେସନ୍‌ରେ ୧୫ ଦିନ ପଡ଼ିରହିବା ପରେ ଗୋବର୍ଦ୍ଧନଙ୍କୁ ସ୍ଥାନୀୟ ଲୋକେ ପାଗଳ ମନେକରି ସେଠାକାର ପାଗଳଖାନାରେ ଭର୍ତ୍ତି କରି ଦେଇଥିଲେ। କିନ୍ତୁ, ସେ ପାଗଳ ନୁହନ୍ତି ବୋଲି ଜଣାପଡ଼ିବା ପରେ ଲୋକେ ତାଙ୍କୁ ଏକ ହୋଟେଲ୍‌ରେ କାମ କରିବା ବ୍ୟବସ୍ଥା କରିଥିଲେ। ସେଠାରେ ହୋଟେଲରେ ରହି କାମ କରୁଥିବା ଗୋବର୍ଦ୍ଧନ ଆଉ ଗାଁ କଥା ଭୁଲିଗଲେ, ମନେ ପକାଇ ନଥିଲେ କି ଘରକୁ ଫେରି ନଥିଲେ। ପରିବାର ଓ ସମ୍ପର୍କୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ବହୁ ବର୍ଷ ବିତିଯିବାରୁ କାଳେ ସେ ଜୀବିତ କି ମୃତ ସେ କଥା ଭାବ ଭାବି ମନରୁ ଭୁଲି ଯାଇଥିଲେ।

ଏହାଭିତରେ ଗୋବର୍ଦ୍ଧନ ସେଠାରେ ବାହାହୋଇ ଘରସଂସାର କରିବା ସହ ଝିଅକୁ ମଧ୍ୟ ବିବାହ ଦେଇ ନାତିଟିଏ ହୋଇଥିଲା। ଶେଷରେ ଗୋବର୍ଦ୍ଧନ ନିଜ ପରିଣତ ବୟସରେ ନିଜ ଗାଁ ଓ ସମ୍ପର୍କୀୟଙ୍କୁ ମନେ ପକାଇ ପୁଣି ଗାଁକୁ ଫେରିଥିବା ଜଣାପଡ଼ିଛି। ଗାଁକୁ ଫେରିବା ପରେ ଏବେ ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ତରଙ୍ଗ ଖେଳିଯାଇଛି। ଗ୍ରାମବାସୀ ଏବ˚ ସମ୍ପର୍କୀୟ ଗୋବର୍ଦ୍ଧନଙ୍କୁ ବନ୍ଦାପନା କରି ଘରକୁ ନେଇଥିଲେ। ଢୋଲ ଓ ବାଜା ବଜାଇ ତାଳେତାଳେ ନାଚି ଗୋବର୍ଦ୍ଧନକୁ ସ୍ବାଗତ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।