ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଶ୍ରୀନଗରରେ ଲଣ୍ଡନ୍‌ର ‘ୱାକିଙ୍ଗ୍‌ ମାର୍କେଟ୍‌’ ସଦୃଶ ‘ପୋଲୋଭ୍ୟୁ ମାର୍କେଟ୍‌’ ଉଦ୍‌ଘାଟନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରରେ ଲଣ୍ଡନ୍‌ର ‘ୱାକିଙ୍ଗ୍‌ ମାର୍କେଟ୍‌’ ଭଳି ଦିଶୁଥିବା ‘ପୋଲୋଭ୍ୟୁ ମାର୍କେଟ୍‌’ ଉଦ୍‌ଘାଟନ କରିଛନ୍ତି।

ସୂଚନାଯୋଗ୍ୟ, ‘ପୋଲୋଭ୍ୟୁ’ ହେଉଛି ବ୍ୟୟବହୁଳ ସାମଗ୍ରୀ ବିକ୍ରୟ ହେଉଥିବା କଶ୍ମୀରର ସର୍ବପୁରାତନ ବଜାର। ଶ୍ରୀନଗରର ସ୍ମାର୍ଟ ସିଟି ପ୍ରକଳ୍ପର ଅଂଶବିଶେଷ ଭାବେ ଏହି ମାର୍କେଟ୍‌କୁ ନବୀକରଣ କରାଯାଇ ଲଣ୍ଡନ୍‌ର ‘ୱାକିଙ୍ଗ୍‌ ମାର୍କେଟ୍‌’ ଭଳି କରାଯାଇଛି। ଏହି ମାର୍କେଟ୍‌ ବା ବଜାରରେ ବିଜୁଳି କିଂବା ଟେଲିଫୋନ୍‌ ତାର ନାହିଁ। ଏସବୁ ବ୍ୟବସ୍ଥା ମାଟି ଭିତରେ କରାଯାଇଛି।

ବଜାର ଉଦ୍‌ଘାଟନ କରି ଉପରାଜ୍ୟପାଳ ସିହ୍ନା କହିଛନ୍ତି, ଶ୍ରୀନଗରର ବଜାର ସବୁ ଏବେ ମୁମ୍ବାଇ ଓ ଦିଲ୍ଲୀର ବଜାର ପରି ଦିଶିବ। ଲୋକମାନଙ୍କର ମନେ ହେବ ସେମାନେ ଦିଲ୍ଲୀ କିଂବା ମୁମ୍ବାଇରୁ କିଣାକିଣି କରୁଛନ୍ତି। ଖୁବ୍‌ ଶୀଘ୍ର ଏହି ଧରଣର ଆହୁରି କେତେଗୁଡ଼ିଏ ବଜାର ମଧ୍ୟ ତିଆରି କରାଯିବ।

Image Courtesy of The Greater Kashmir

କଶ୍ମୀରର ପାରମ୍ପରିକ ସାମଗ୍ରୀ ବିକ୍ରି ହେଉଥିବା ଏହି ସର୍ବପୁରାତନ ବଜାରରେ ପର୍ଯ୍ୟଟକମାନଙ୍କ ଗହଳି ହୁଏ। ୯୦ ଦଶକର ମଧ୍ୟଭାଗରେ ଏହି ବଜାର ଥିଲା ବିଦେଶୀ ପର୍ଯ୍ୟଟକମାନଙ୍କ ପସନ୍ଦର ପ୍ରଥମ ସ୍ଥାନ। ଏବେ ଏହି ବଜାରକୁ ଲଣ୍ଡନ୍‌ର ‘ୱାକିଙ୍ଗ୍‌ ମାର୍କେଟ୍‌’ ସଦୃଶ କରାଯାଇଛି।

ଏହି ବଜାରର ଦୋକାନ ଦୋକାନ ମଧ୍ୟରେ ପଥର ଆଚ୍ଛାଦିତ ଚମତ୍କାର ଟାଇଲ୍‌ ବିଛାଯାଇଛି। ଗାଡ଼ି ପରିବର୍ତ୍ତେ ଏବେ ଏହି ବଜାରରେ ସାଇ‌କେଲ୍‌ ଚାଲିବ। ବଜାର ଭିତରେ ଥିବା ରାସ୍ତାକଡ଼ରେ ବସିବା ଓ ଗୀତ ଶୁଣିବା ପାଇଁ ବ୍ୟବସ୍ଥା ହୋଇଛି। ଫଳରେ ଲୋକେ ଆନନ୍ଦ ମନରେ କିଣାକିଣି କରିପାରିବେ। ବଜାରରେ ସାଇକେଲ୍‌ ଷ୍ଟାଣ୍ଡ୍‌ ମଧ୍ୟ ରହିଛି। ଲୋକେ ସାଇକେଲ୍‌ ଚଳାଇ କିଣାକିଣି କରିପାରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ