ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଭିଏମ୍‌ର ପୁନଃବ୍ୟବହାର ନେଇ କଂଗ୍ରେସର ଦାବିକୁ ଇସିଙ୍କ ଖଣ୍ଡନ

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ୍‌)କୁ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ବ୍ୟବହାର କରାଯାଇଥିଲା ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଏହି ଦାବିକୁ ନିର୍ବାଚନ କମିସନ ଖଣ୍ଡନ କରିଛନ୍ତି।

କଂଗ୍ରେସ ଦଳର ଏପ୍ରକାର ସୂଚନା ଭୁଲ୍‌ ଏବଂ ବିଶ୍ବସନୀୟ ସୂତ୍ର ଉପରେ ପର୍ଯ୍ୟବସିତ ନୁହେଁ। ତେଣୁ ଭୁଲ ସୂଚନା ପ୍ରସାର କରିଥିବା ଏଭଳି ଉତ୍ସକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ନିର୍ବାଚନ କମିସନ କଂଗ୍ରେସ ଦଳକୁ କହିଛନ୍ତି। ନିର୍ବାଚନ କମିସନଙ୍କ ପକ୍ଷରୁ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲାଙ୍କ ନିକଟକୁ ଏହି ମର୍ମରେ ଏକ ଚିଠି ଲେଖାଯାଇଛି। କଂଗ୍ରେସ ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଲିମିଟେଡ ଦ୍ବାରା ପ୍ରସ୍ତୁତ ନୂଆ ଇଭିଏମ ଦକ୍ଷିଣ ଭାରତୀୟ ରାଜ୍ୟରେ ବ୍ୟବହାର କରାଯାଇଥିବା କୁହାଯାଇଛି। ଏଥିସହିତ କଂଗ୍ରେସ ଦଳ ଭାରତୀୟ ନିର୍ବାଚନ ବ୍ୟବସ୍ଥାରେ ଦାୟିତ୍ବପୂର୍ଣ୍ଣ ଅଂଶୀଦାର ହୋଇଥିବାରୁ ଏହାର ଭାବମୂର୍ତ୍ତିକୁ ଅତୁଟ ରଖିବା ଲାଗି ଏଭଳି ଗୁଜବ ରଚନାକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ନିର୍ବାଚନ କମିସନ ପରାମର୍ଶ ଦେଇଛନ୍ତି।

ନିର୍ବାଚନ କମିସନ କହିଛନ୍ତି, ଇଭିଏମ ଦକ୍ଷିଣ ଆଫ୍ରିକାକୁ ପଠାଯାଇନାହିଁ କିମ୍ବା ସେହି ଦେଶ ଏସବୁ ବ୍ୟବହାର କରେନାହିଁ। ଗତ ୮ ତାରିଖରେ କଂଗ୍ରେସ ପକ୍ଷରୁ ସୂର୍ଯ୍ୟେୱାଲା ନିର୍ବାଚନ କମିସନଙ୍କୁ ଚିଠି ଲେଖିଥିଲେ। ଗୁରୁବାର ନିର୍ବାଚନ କମିସନ ଏହାର ଜବାବ ରଖିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ