ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅନଲାଇନରେ ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର କ୍ଲିପ୍‌ ବିକ୍ରି ଉପରେ ରୋକ୍‌

ନୂଆଦିଲ୍ଲୀ : ଇକମର୍ସ ସଂସ୍ଥାଗୁଡ଼ିକ ବିକ୍ରି କରୁଥିବା ସିଟ୍‌ ବେଲ୍‌ଟ ଆଲାର୍ମ ଷ୍ଟପର୍‌ କ୍ଲିପ୍ ବିକ୍ରି ଉପରେ ସରକାର ରୋକ୍ ଲଗାଇଛନ୍ତି। ଏହି କ୍ଲିପର ବିକ୍ରି ଗ୍ରାହକଙ୍କ ଜୀବନ ପ୍ରତି ବିପଦ ବୋଲି ଦର୍ଶାଇଛି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ)। ବିକ୍ରି ବନ୍ଦ କରିବା ଲାଗି ପାଞ୍ଚଟି ଇ-କମର୍ସ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରିଛି। ସିସିପିଏ ମୁଖ୍ୟ କମିଶନର ନିଧି ଖାରେଙ୍କ ନେତୃତ୍ୱରେ ସିସିପିଏ ଆମାଜନ, ଫ୍ଲିପକାର୍ଟ, ସ୍ନାପଡାଲ, ସପ୍‌କ୍ଲୁଜ ଏବଂ ମେସୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସିସିପିଏ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶକୁ ଧ୍ୟାନରେ ରଖି ସମସ୍ତ ପାଞ୍ଚଟି ଇ-କମର୍ସ ସଂସ୍ଥା ଦ୍ବାରା ଅନୁପାଳନ ରିପୋର୍ଟ ଦାଖଲ କରାଯାଇଥିଲା। ସିସିପିଏ ର ପଦକ୍ଷେପ ଉପରେ ଆଧାର କରି ପ୍ରାୟ ୧୩୧୧୮ କାର ସିଟ ବେଲ୍‌ଟ ଆଲାର୍ମ ଷ୍ଟପର କ୍ଲିପ୍‌ କୁ ଇକମର୍ସ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି।

ଗ୍ରାହକଙ୍କ ସୁରକ୍ଷା ଏବଂ ମୂଲ୍ୟବାନ ଜୀବନ ଉପରେ ଉକ୍ତ ଉତ୍ପାଦର ଗମ୍ଭୀରତାକୁ ଧ୍ୟାନରେ ରଖି ସିସିପିଏ ଏହାକୁ ଡିଜି ଅନୁସନ୍ଧାନ (ସିସିପିଏ) କୁ ପଠାଇଲା। ଅନୁସନ୍ଧାନ ରିପୋର୍ଟରେ ଥିବା ସୁପାରିସ ଏବଂ ଇ-ବାଣିଜ୍ୟ ସଂସ୍ଥା ଦ୍ବାରା ଦିଆଯାଇଥିବା ଉପସ୍ଥାପନାକୁ ଆଧାର କରି, ସିସିପିଏ ଇ-କମର୍ସ ପ୍ଲାଟଫର୍ମକୁ ନିର୍ଦ୍ଦେଶନାମା ଜାରି କରିଛି ଯେଉଁଠାରେ ସେମାନଙ୍କୁ ସମସ୍ତ କାର୍ ସିଟ୍ ବେଲ୍ଟ ଆଲାର୍ମ ଷ୍ଟପର୍ କ୍ଲିପ୍ ଏବଂ ସଂପୃକ୍ତ ମୋଟର ଯାନ ଉପାଦାନଗୁଡ଼ିକୁ ସ୍ଥାୟୀ ଭାବରେ ତାଲିକାରୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହିପରି ଉତ୍ପାଦଗୁଡିକର ତ୍ରୁଟିପୂର୍ଣ୍ଣ ବିକ୍ରେତାଙ୍କ ବିରୁଦ୍ଧରେ ନିଆଯାଇଥିବା ପଦକ୍ଷେପ ବିଷୟରେ ସିସିପିଏ କୁ ଜଣାଇବା ଏବଂ ଉପରୋକ୍ତ ନିର୍ଦ୍ଦେଶାବଳୀ ଉପରେ ଏକ ଅନୁପାଳନ ରିପୋର୍ଟ ସହିତ ବିକ୍ରେତାଙ୍କ ବିବରଣୀ ଦାଖଲ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଗୁରୁତ୍ବପୂର୍ଣ୍ଣ କାରଣ ସଡ଼କ ପରିବହନ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ସର୍ବଶେଷ ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ସିଟ୍ ବେଲ୍ଟ ନ ପିନ୍ଧି ୧୬୦୦୦ରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ, ସେଥିମଧ୍ୟରୁ ୮୪୩୪ ଜଣ ଡ୍ରାଇଭର ଏବଂ ଅବଶିଷ୍ଟ ୭୫୯୫ ଜଣ ଯାତ୍ରୀ ଥିଲେ। ଅନ୍ୟପକ୍ଷରେ, ପ୍ରାୟ ୩୯୨୩୧ ଜଣ ଆହତ ହୋଇଛନ୍ତି ଯେଉଁଥିରୁ ୧୬୪୧୬ ଜଣ ଡ୍ରାଇଭର ଏବଂ ୨୨୮୧୮ ଜଣ ଯାତ୍ରୀ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ