ରାଜ୍ୟ

‘ଭାଲୁ ବାହିନୀପତି ରିଅଲ ଟାଇଗର, କୁତ୍ତା ହେବନି’

ଭୁବନେଶ୍ବର : ଗତ ସୋମବାର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶର ଶୀର୍ଷକ ଥିଲା ‘ଜାନକୀ ବାବୁ ଓ ବସନ୍ତବାବୁଙ୍କ ଯୋଡ଼ି : ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ’। ଏହି ସମାବେଶକୁ ନେଇ ରାଜ୍ୟ କଂଗ୍ରେସରେ ବୟାନବାଜି ଲାଗି ରହିଛି। ଦଳରେ ଗୋଷ୍ଠୀ ବିବାଦ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ଆଜି ଏଥିରେ ଘିଅ ଢାଳିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ଗଣମାଧ୍ୟମକୁ ଶ୍ରୀ ବାହିନୀପତି କହିଛନ୍ତି ଯେ ଆମର ଗୋଷ୍ଠୀ ବିବାଦ ଅଛି। ଗୋଷ୍ଠୀ ବିବାଦ ପାଇଁ କିଏ କେଉଁ ଦଳକୁ ଯିବାକୁ ଚାହୁଁଛନ୍ତି ତାହା ସତକଥା। ଯଦି ଆପୋସ ମିଳାମିଶା ଓ କଥାବାର୍ତା ହୋଇଯିବେ ତାହାଲେ ଆଉ ଗୋଷ୍ଠୀ ବିବାଦ ରହିବ ନାହିଁ। ଭାଲୁ ବାହିନୀପତି ରିଅଲ ଟାଇଗର। କୌଣସି ଦଳକୁ ଯିବିନାହିଁ। ମୁଁ ଜଣେ ବାଘ, ମୁଁ କୁତ୍ତା ହେବିନି। ସେର୍ ଭୁକା ମର ଯାଏଗା, ଲେକିନ୍ ଘାସ ନେହିଁ ଖାଏଗା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ନୁହେଁ, ଜଣେ ମୁଖ୍ୟମନ୍ତ୍ରୀ ହେବେ। ସିଏ ଶରତ ପଟ୍ଟନାୟକ ହୁଅନ୍ତୁ ବା ବିଜୟ ପଟ୍ଟନାୟକ। ଅନ୍ୟ କେହି ହେଲେ ବି ସେ ବିଷୟରେ କିଛି କହିବାର ନାହିଁ। କିନ୍ତୁ ଦଳ ପ୍ରଥମେ ଶାସନକୁ ଆସିବା ଦରକାର। ସମସ୍ତେ ମିଳିତ ଭାବେ ବସିବା ଦରକାର। ସେଥିପାଇଁ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଛି। ସମସ୍ତଙ୍କୁ ଏକାଠି କରି ବସାଇବାକୁ କହିଛି। ତା’ ପରେ ଚିନ୍ତ କରିବା ୯ରୁ ୯୦ ନା ୨୫ରୁ ୫୦ ବିଧାୟକ ଆସିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।