ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ସିବିଏସଇ ଦଶମ ଓ ଦ୍ବାଦଶ ଫଳ: ଜାଣନ୍ତୁ କ’ଣ କହୁଛନ୍ତି ଟପ୍ପର

ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି। ୧୦ମ ଶ୍ରେଣୀ‌ ପାସ୍‌ କରିଥିବା ଶିକ୍ଷାର୍ଥୀମାନଙ୍କୁ ‘ସିବିଏସ୍‌ଇ’ ତା’ର ‘ପରିଣାମ ମଞ୍ଜୁଷା’ ଜରିଆରେ ଡିଜିଟାଲ୍‌ ଏକାଡେମିକ୍‌ ଡକ୍ୟୁମେଣ୍ଟ’ ଯଥା:- ‘ମାର୍କସିଟ୍‌-କମ୍-ସାର୍ଟିଫିକେଟ୍‌ସ୍’, ‘ମାଇଗ୍ରେସନ୍‌ ସାର୍ଟିଫିକେଟ୍‌’, ଏବଂ ଆବଶ୍ୟକ କ୍ଷେତ୍ରରେ ‘ସ୍କିଲ୍‌ ସାର୍ଟିଫିକେଟ୍‌’ ଯୋଗାଇଦେବ। ଚଳିତ ବର୍ଷ ସମୁଦାୟ ଭାରତ ସମେତ ୨୬ଟି ଦେଶର ୨୮୪୭୧ ସ୍କୁଲ୍‌ର ୨୧୮୬୪୮୫ଜଣ ଶିକ୍ଷାର୍ଥୀ ‘ସିବିଏସ୍‌ଇ’ ପାଇଁ ନାମ ପଞ୍ଜିକରଣ କରାଇଥିଲେ।

ସେହିପରି ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ର (ସିବିଏସ୍‌ଇ) ୧୨ଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୭.୩୩% ହୋଇଥିବା କଥା ‘ସିବିଏସ୍‌ଇ’ କହିଛି। ଚଳିତ ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ୬.୦୧% ଅଧିକ ରଖିଛନ୍ତି। କିନ୍ତୁ, ଗତବର୍ଷ ତୁଳନାରେ  ଉଭୟ ପୁଅ ଓ ଝିଅମାନଙ୍କ ପାସ୍‌ ହାର କମ୍‌ ହୋଇଛି। ଗତବର୍ଷ ୯୧.୨୫% ଛାତ୍ର ପାସ୍‌ କରିଥିବା ବ‌େଳେ ଚଳିତ ବର୍ଷ ୮୪.୬୭% ଛାତ୍ର ପାସ୍‌ କରିଛନ୍ତି। ସେହିପରି, ଗତବର୍ଷ ୯୪% ଛାତ୍ରୀ ପାସ୍‌ କରିଥିବା ବେଳେ ଚଳିତବର୍ଷ ୯୦.୬୮% ଛାତ୍ର ପାସ୍‌ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ପ୍ରାକ୍‌-କୋଭିଡ୍‌ ଶିକ୍ଷା ବର୍ଷରେ ଦ୍ବାଦଶ ଶ୍ରେଣୀର ପାସ୍‌ ହାର ୮୩.୪୦% ଥିଲା। ସେହିପରି, ଚଳିତ ବର୍ଷ ପାସ୍‌ ହାର ୯୯.୯୧% ଥାଇ ତିରୁଅନନ୍ତପୁରମ୍‌ ସର୍ବୋଚ୍ଚ ପାସ୍‌ ହାର ଅଞ୍ଚଳ ହୋଇଥିବା ବ‌େଳେ ୭୮.୦୫% ପାସ୍‌ ହାର ଥାଇ ପ୍ରୟାଗରାଜ ସର୍ବନିମ୍ନ ସ୍ତରରେ ରହିଛି ବୋଲି ବ‌ୋର୍ଡ ସୂଚନା ଦେଇଛି। ଅଶ୍ବସ୍ତିକର ପ୍ରତିଦ୍ବନ୍ଦ୍ବିତା‌ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ, ଦ୍ବିତୀୟ ଅଥବା ତୃତୀୟ ଶ୍ରେଣୀ ପ୍ରଦାନ କରାଯିବ ନାହିଁ ବୋଲି ‌‘ସିବିଏସ୍‌ଇ’ କହିଛି। କିନ୍ତୁ, ବିଭିନ୍ନ ବିଷୟରେ ସର୍ବାଧିକ ନମ୍ବର ରଖିଥିବା ୦.୧% ଶିକ୍ଷାର୍ଥୀମାନଙ୍କୁ ‘ମେରିଟ୍‌ ସାର୍ଟିଫିକେଟ୍‌’ ପ୍ରଦାନ କରାଯିବ।

ରାଉରକେଲାରେ ଥିବା ଡିଏଭି ଓ ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଭଲ ଫଳ ରଖିଛନ୍ତି। ଉଭୟ ସ୍କୁଲର କିଛି ଛାତ୍ରଛାତ୍ରୀଙ୍କୁ ଆମ ପ୍ରତିନିଧି ଭେଟିଥିଲେ। ସେମାନେ ସେମାନଙ୍କ ମତ ଦେଇଥିଲେ।

ଯୁକ୍ତ ଦୁଇ ଟପ୍ପରଙ୍କ ମୁହଁରୁ….

‘‘ପରିଶ୍ରମ ଅନୁଯାୟୀ ସଫଳତା ମିଳିଥିବାରୁ ବେଶ୍‌ ଖୁସି। ଦିନକୁ ୮/୧୦ ଘଣ୍ଟା ପରିଶ୍ରମ କରୁଥିଲି। ଏ ସଫଳତାର ଶ୍ରେୟ ବାପା-ମା ଓ ସ୍କୁଲର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଦେବି। ଭବିଷ୍ୟତରେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି। କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ;ଏଥିରେ ଦ୍ବିମତ ନାହିଁ।’’
ସ୍ବରାଜ ହୋତା(୯୬.୬% ବିଜ୍ଞାନ, ଡିଏଭି ସ୍କୁଲ୍)

‘ଦିନକୁ ୧୦/୧୨ ଘଣ୍ଟା ପାଠ ପଢ଼ୁଥିଲି। ଆଜି ଯେଉଁ ସଫଳତା ପାଇଛି, ତା’ ପଛରେ ବାପା-ମା-ପରିବାରବର୍ଗଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଶୀର୍ବାଦ ରହିଛି। ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ସଫଳ ହୋଇ ଜଣେ ଆଦର୍ଶ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛି। ଏତଦ୍‌ବ୍ୟତୀତ ୱେଟ୍‌ଲିଫ୍ଟିଂରେ ଭଳ ପ୍ରଦର୍ଶନ କରୁଛି। ଭବିଷ୍ୟତରେ ଜଣେ ଅନ୍ତର୍ଜାତୀୟ ୱେଟ୍‌ଲିଫ୍ଟର ହେବାକୁ ବି ପ୍ରୟାସ ଜାରି ରଖିବି।
ବିପାଶା ଦାସ(୯୭.୮% କଳା, ଡିପିଏସ୍‌)

ସଫଳତାର ସମସ୍ତ ଶ୍ରେୟ ବାପା, ମା’, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର। ସେମାନଙ୍କ ନିର୍ଦ୍ଦେଶିତ ପଥରେ ପରିଶ୍ରମ କରୁଥିଲେ। ଦୈନିକ ୧୦/୧୨ ଘଣ୍ଟା ପଢ଼ୁଥିଲି। ଭଲ କଲେଜରେ ପାଠପଢ଼ି ଜଣେସଫଳ ଇଂଜିନିୟର ହେବି। ବାପା, ମା’ ତଥା ସମସ୍ତ ପ୍ରିୟଜନଙ୍କ ନାଁ ରଖିବି।
– ପ୍ରିୟାଶୁଂ ମହାନ୍ତି(୯୬.୪% ବିଜ୍ଞାନ, ଡିପିଏସ୍‌)

‘‘ଦିନକୁ ୧୨/୧୪ ଘଣ୍ଟା ପଢ଼ୁଥିଲି। ଏହି ସଫଳତା ପାଇଁ ପିତା-ମାତା ଓ ଗୁରୁଜନଙ୍କ ଶ୍ରେୟ ଦେବି। ଆଷ୍ଟ୍ରୋ ଫିଜିକ୍ସ୍‌ ଦିଗରେ ଅହେତୁକ ଦୁର୍ବଳା ରହିଛି। ଏଣୁ ଭବିଷ୍ୟତରେ ଏ ଦିଗରେ ହିଁ ଉଚ୍ଚତର ଶିକ୍ଷା ଲାଭ କରି କ୍ୟାରିଅର୍‌ ଗଢ଼ିବି।
ସିମ୍ରନ ପାଢ଼ୀ(୯୬% ବିଜ୍ଞାନ, ଡିପିଏସ୍‌)

ମାଟ୍ରିକ୍‌ ଟପ୍ପରଙ୍କ ମୁହଁରୁ…

‘ଫଳ ଆଶାନୁରୂପ ହୋଇଛି। ଯେତିକି ଆଶା ଥିଲା, ତାହା ମିଳିଥିବାରୁ ମୁଁ ବହୁତ ଖୁସି। ପରୀକ୍ଷା ପୂର୍ବରୁ ବେଶ୍‌ ଉନ୍ନତ ପରିଶ୍ରମ କରିଥିଲି; ଯଦ୍ବାରା ଏହି ସଫଳତା ମିଳିଛି। ଯୁକ୍ତ ଦୁଇରେ ବାଣିଜ୍ୟ ପଢ଼ିବି। ଭବିଷ୍ୟତରେ ବାଣିଜ୍ୟ କ୍ଷେତ୍ରରେ କ୍ୟାରିଅର୍‌ କରିବାକୁ ଲକ୍ଷ୍ୟ ରଖିଛି।
ଧ୍ରିତି ପରମାର(୯୮.୪୦%) ଡିପିଏସ୍‌

‘ଫଳାଫଳ ନେଇ ମୁଁ ବହୁତ ଖୁସି। ଦୈନିକ ୪/୫ ଘଣ୍ଟା ପଢ଼ୁଥି‌ବାବେଳେ ପରୀକ୍ଷା ସମୟରେ କିନ୍ତୁ ୬/୭ ଘଣ୍ଟା ପଢ଼ୁଥିଲି। ଡିପିଏସ୍‌ରେ ହିଁ ଯୁକ୍ତ ଦୁଇ ଶିକ୍ଷା ସମାପ୍ତ କରିବି। ଏହାପରେ ଆଇଆଇଟି ଓ ଆଇଆଇଏମ୍‌ରେ ପିଢ଼ିବି। ଏହି ଲକ୍ଷ୍ୟ ହାସଲ ପାଇଁ ନିଷ୍ଠାପର ପରିଶ୍ରମ ଆରମ୍ଭ କରିଦେଇଛି।
ଆହାନା କର(୯୮%, ଡିପିଏସ୍‌)

‘ଫଳକୁ ନେଇ ଯେତିକି ଆଶା ଥିଲା; ତା’ଠାରୁ ଅଧିକ ଆସିଛି। ମୁଁ ୯୭% ଆଶା ରଖିଥିବାବେଳେ ୯୮% ମାର୍କ ରଖିଛି; ଏଣୁ ବେଶ୍‌ ଖୁସି ଅନୁଭବ କରୁଛି। ଭବିଷ୍ୟରେ ଜେଇଇରେ ଉତ୍କୃଷ୍ଟ ରୢାଙ୍କ୍‌ ରଖି ଆଇଆଇଟିରେ ପାଠ ପଢ଼ିବାକୁ ଲକ୍ଷ୍ୟ ରଖିଛି। ତେବେ କମ୍ପ୍ୟୁଟର ସାଇନ୍ସରେ କ୍ୟାରିଅର କରିବି।
ସର୍ବ ଶ୍ରେୟାସ, ୯୮%(ଡିଏଭି ପବ୍ଲିକ ସ୍କୁଲ)

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।