ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ୍ ପାଇଁ ଭାରତର ସ୍ୱତନ୍ତ୍ର ରଣନୀତି : ଶୁଭମନ, ଜାଡେଜା, ରାହୁଲ ଓ ପନ୍ତ ପାଇବେ ସ୍ଥାନ !

ନୂଆଦିଲ୍ଲୀ,୨୧/୧୨: ଭାରତୀୟ ଦଳ ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲା । ଏହି ପରାଜୟ ପରେ ଦଳ, କୋଚ୍ ଓ ଅଧିନାୟକଙ୍କୁ ବିଭିନ୍ନ ଆଡୁ ସମାଲୋଚନା କରାଯାଉଛି । ଏପରିକି ପରାଜୟ ପାଇଁ ବ୍ୟାଟସମ୍ୟାନଙ୍କୁ ଦାୟୀ କରାଯାଉଛି । ଏହି ପରାଜୟକୁ ଭୁଲି ଭାରତ ଦ୍ୱିତୀୟ ଟେଷ୍ଟ ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଦଳରେ ଅନେକ ପରିବର୍ତ୍ତନ ନେଇ ସମ୍ଭାବନା ରହିଛି ।

ଦ୍ରୁତ ବୋଲର ମହମ୍ମଦ ସାମି ଆହତ ହେବା ପରେ ଟେଷ୍ଟ ସିରିଜରୁ ବାଦ୍ ପଡିଛନ୍ତି । ତାଙ୍କ ବଦଳରେ ମହମ୍ମଦ ସିରାଜ ବା ନବଦୀପ ସାଇନୀଙ୍କୁ ସୁଯୋଗ ମିଳିପାରେ ।

ସେହିପରି ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ପୃଥ୍ୱୀ ଶଙ୍କ ବ୍ୟାଟିଂ ଅତି ଖରାପ ଥିଲା । ସେ ଉଭୟ ଇନିଂସରେ ବୋଲ୍ଡ ହୋଇଥିଲେ । ସେ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ସୁଯୋଗ ମିଳିପାରେ । ସେହିପରି ଶୁଭମନ ଗିଲ୍ ମଧ୍ୟ ପଦାର୍ପଣ କରିପାରନ୍ତି ।

ସେହିପରି ବିରାଟ କୋହଲି ଓ ହନୁମା ବିହାରୀଙ୍କ ବଦଳ ଖେଳାଳି କ୍ରିଜକୁ ଓହ୍ଲାଇବେ। ଆହୁରି ମଧ୍ୟ ରବିନ୍ଦ୍ର ଜା଼ଡେଜା ଓ ରିଦ୍ଧିମାନ ଶାହଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିପାରେ ।

ସୂଚନାଯୋଗ୍ୟ, ସିରାଜ ଓ ସାଇନୀ ଟେଷ୍ଟ ଟିମରେ ସାମିଲ ହୋଇଥିଲେ । କିନ୍ତୁ ପ୍ରଥମ ଟେଷ୍ଟରେ ସେମାନଙ୍କୁ ସୁଯୋଗ ମିଳିନଥିଲା । ମହମ୍ମଦ ସାମି ଆହତ ହେବା ପରେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବ ବୋଲି ବିସିସିଆଇର ଏକ ସୂତ୍ରରୁ ଜଣାପଡିଛି ।

ଦ୍ୱିତୀୟ ଟେଷ୍ଟରେ କେଏଲ ରାହୁଲ ଓ ଋଷଭ ପନ୍ତ ଓପନିଂ କରିପାରନ୍ତି । ଏହାପରେ ୪ ନମ୍ବରରେ ଶୁଭମନ ଗିଲ ବିରାଟ କୋହଲିଙ୍କ ସ୍ଥାନରେ କ୍ରିଜକୁ ଓହ୍ଲାଇବାର ସମ୍ଭାବନା ରହିଛି । ସେହିପରି ହନୁମା ବିହାରୀଙ୍କ ବଦଳରେ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରିବେ । ଏତତ୍ ବ୍ୟତୀତ ଋଷଭ ପନ୍ତ ରିଦ୍ଧମାନ ଶାହଙ୍କ ବଦଳରେ ଓ୍ୱିକେଟକିପର ଭୂମିକା ତୁଲାଇବେ ।

ତେବେ ମହମ୍ମଦ ସିରାଜ ଓ ନବଦୀପ ସଇନୀଙ୍କ ମଧ୍ୟରୁ ଜଣେ ମହମ୍ମଦ ସାମିଙ୍କ ବଦଳରେ ସ୍ଥାନ ପାଇବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ