ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମିସନ୍‌ ୨୦୨୪: ପାୱାର,ଠାକ୍‌ରେଙ୍କୁ ଭେଟିଲେ ନୀତୀଶ କୁମାର

ନୂଆଦିଲ୍ଲୀ  : ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିରୋଧୀ ଏକତାକୁ ସୁଦୃଢ଼ କରିବାପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରୟାସ ଜାରି ରହିଛି। ନୀତୀଶ ଆଜି ଏନ୍‌ସିପି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକ୍‌ରେଙ୍କୁ ଭେଟିଛନ୍ତି। ନୀତୀଶ କହିଛନ୍ତି, ଶାସକ ବିଜେପି ଯାହା ବି କରୁଛି ତାହା ଦେଶର ସ୍ବାର୍ଥ ସାଧନ ପାଇଁ ହୋଇନି। ବିରୋଧୀ ଦଳ ଏକାଠି କାମ କରିବାପାଇଁ ଏବଂ ଦେଶର ସ୍ବାର୍ଥ ପାଇଁ ଏକାଠି ହେବାପାଇଁ ନୀତୀଶ ଗୁରୁତ୍ବାରୋପ କରିଛନ୍ତି। ନୀତୀଶଙ୍କ ସହ ତାଙ୍କ ଉପମୁଖ୍ୟ ତେଜସ୍ବୀ ଯାଦବ ଆଜି ସେନା (ୟୁବିଟି) ନେତାଙ୍କୁ ମତୋଶ୍ରୀରେ ଭେଟିଛନ୍ତି।

ଉଦ୍ଧବ ଠାକ୍‌ରେଙ୍କୁ ଭେଟିବାପରେ ନୀତୀଶ କୁମାର କହିଛନ୍ତି, ଯଦି ଆମେ ସମସ୍ତ ବିରୋଧୀ ଦଳ ଏକାଠି ଲଢ଼ିବା ତେବେ ସଫଳତା ମିଳିବ ଏବଂ ଦେଶ ସଠିକ୍‌ ଦିଗ‌ରେ ଆଗକୁ ବଢ଼ିବ। ଜେଡିୟୁ ନେତା କହିଛନ୍ତି, କୌଣସି ବିବାଦ ହେବା ଉଚିତ ନୁହେଁ ଏବଂ ଦେଶର ସ୍ବାର୍ଥ ପାଇଁ ସମସ୍ତେ ଏକାଠି ହେବା ଉଚିତ। ପାୱାରଙ୍କୁ ଭେଟିବାପରେ ନୀତୀଶ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଶରଦ ପାୱାର ବିରୋଧୀ ମେଣ୍ଟର ନେତୃତ୍ବ ନେବେ କି ବୋଲି ନୀତୀଶଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଏହାଠାରୁ ବଡ଼ ଖୁସିର କଥା ଆଉ କିଛି ନାହିଁ। ନୀତୀଶ କହିଛନ୍ତି, ମୁଁ ଶରଦ ପାୱାରଙ୍କୁ କହିଛି ‌ସେ କେବଳ ତାଙ୍କ ରାଜ୍ୟ ପାଇଁ ନୁ‌ହେଁ ବରଂ ଦେଶ ପାଇଁ ବି କାମ କରିବାକୁ ପଡ଼ିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ