ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାତୀୟ ପ୍ରଯୁକ୍ତି ଦିବସରେ ୫୮୦୦ କୋଟିର ପ୍ରକଳ୍ପ ଉତ୍ସର୍ଗୀକୃତ

ଭୁବନେଶ୍ବର : ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜାତୀୟ ପ୍ରଯୁକ୍ତି ଦିବସ ୨୦୨୩ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରଯୁକ୍ତି ଦିବସର ୨୫ ତମ ଉତ୍ସବ ପାଳନର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱପୂର୍ଣ୍ଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ୫୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈଜ୍ଞାନିକ ଏବଂ ବୈଷୟିକ ପ୍ରଗତି ସହ ଜଡ଼ିତ ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।

ଯେଉଁ ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି, ସେଗୁଡିକ ମଧ୍ୟରେ ଲେଜର ଇଣ୍ଟରଫେରୋମିଟର ଗ୍ରାଭିଟେସନାଲ୍ ୱେଭ୍ ଅବଜରଭେଟୋରୀ – ଇଣ୍ଡିଆ (ଲିଗୋ – ଇଣ୍ଡିଆ), ହିଙ୍ଗୋଲି; ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ଜଟଣୀ, ଓଡିଶା; ଏବଂ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲର ପ୍ଲାଟିନମ୍ ଜୁବୁଲି ବ୍ଲକ୍ ଅନ୍ତର୍ଭୁକ୍ତ। ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଫିସନ୍ ମୋଲିବଡେନମ୍ – ୯୯ ଉତ୍ପାଦନ ସୁବିଧା, ମୁମ୍ବାଇ; ନ୍ୟାସନାଲ ହାଡ୍ରନ୍ ବିମ୍ ଥେରାପି ସୁବିଧା, ନାଭି ମୁମ୍ବାଇ; ରେଡିଓଲୋଜିକାଲ ରିସର୍ଚ୍ଚ ୟୁନିଟ୍‌, ନାଭି ମୁମ୍ବାଇ ; ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର, ବିଶାଖାପାଟଣା‌; ଏବଂ ମହିଳା ଏବଂ ଶିଶୁ କର୍କଟ ହସ୍ପିଟାଲ ଭବନ, ନାଭି ମୁମ୍ବାଇ ଆଦି ରହିଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ନିକଟ ଅତୀତରେ ଭାରତରେ ହୋଇଥିବା ବିଜ୍ଞାନ ଭିତ୍ତିକ ଏବଂ ବୈଷୟିକ ପ୍ରଗତି ପ୍ରଦର୍ଶନ କରୁଥିବା ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ ଏବଂ ଏକ ପଦଯାତ୍ରା ମଧ୍ୟ କରିଥିଲେ। ଏହି ଅବସରରେ ସେ ଏକ ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରା ମଧ୍ୟ ଜାରି କରିଥିଲେ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୧୧ ମଇ ହେଉଛି ଭାରତ ଇତିହାସର ଅନ୍ୟତମ ପ୍ରତିଷ୍ଠିତ ଦିବସ । ସେ ସୂଚାଇ ଦେଇଛନ୍ତି ଯେ ଆଜି ଦିନଟି ହେଉଛି ସେହି ଦିନ, ଯେତେବେଳେ ଭାରତର ବୈଜ୍ଞାନିକମାନେ ପୋଖରାନ ଠାରେ ଚମତ୍କାର ପ୍ରଦର୍ଶନ କରିଥିଲେ ଯାହା ସମଗ୍ର ଦେଶକୁ ଗର୍ବିତ କରିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ “ଯେଉଁ ଦିନ ଅଟଳଜୀ ଭାରତର ସଫଳ ଆଣବିକ ପରୀକ୍ଷଣ ସମ୍ପର୍କରେ ଘୋଷଣା କରିଥିଲେ ମୁଁ ସେହି ଦିନକୁ କେବେ ଭୁଲି ପାରିବି ନାହିଁ। ସେ ପ୍ରକାଶ କରିଛନ୍ତି ଯେ, ପୋଖରାନ୍ ଆଣବିକ ପରୀକ୍ଷଣ କେବଳ ଭାରତକୁ ଏହାର ବୈଜ୍ଞାନିକ ଦକ୍ଷତା ପ୍ରମାଣ କରିବାରେ ସାହାଯ୍ୟ କରି ନାହିଁ ବରଂ ଦେଶର ସ୍ତରକୁ ବିଶ୍ୱରେ ମଧ୍ୟ ଆଗକୁ ନେଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ